ମାଲକାନଗିରି,୧୬ା୬(ସ୍ବ.ପ୍ର.): ମାଲକାନଗିରି ଜିଲା ସ୍ବାଭିମାନ ଅଞ୍ଚଳରେ ବିଏସ୍ଏଫ୍ଙ୍କ ଅପରେଶନରେ ଧରାପଡ଼ିଛନ୍ତି କ୍ୟାଡର ମାଓବାଦୀ ଚନ୍ଦ୍ର ସିସା ଓରଫ ଚନ୍ଦନ। ଆନ୍ଧ୍ର-ଓଡ଼ିଶା ଜୋନାଲ ବର୍ଡର କମିଟିର ସେ ସଦସ୍ୟ ଥିଲେ। ତାଙ୍କ ନାଁରେ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା। ତେବେ ଚନ୍ଦନଙ୍କ ଗିରଫ ନେଇ ବିଏସ୍ଏଫ ଡିଆଇଜି ସୁକୁମାର ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।