ବିଏସ୍‌ଏଫ୍‌ ଯବାନଙ୍କୁ ରାଖୀ ବାନ୍ଧିଲେ ଛାତ୍ରୀଛାତ୍ର

ଏମ୍‌ଭି-୭୯, ୧୫।୮- ଆଜି ରକ୍ଷାବନ୍ଧନ। ସ୍ନେହ ଓ ବନ୍ଧନର ପର୍ବ। ଭଉଣୀ ନିଜର ସୁରକ୍ଷା ପାଇଁ ଭାଇ ହାତରେ ବାନ୍ଧେ ରକ୍ଷାଡୋରି (ରାଖୀ)। କେହି କେହି ଏହାକୁ ରକ୍ଷାବନ୍ଧନ ମଧ୍ୟ କୁହନ୍ତି। ତେଣୁ ଦେଶ ମାତୃକାର ସେବା କରି ସାଧାରଣ ଲୋକଙ୍କୁ ସୁରକ୍ଷା ଯୋଗାଉଥିବା ଯବାନଙ୍କୁ ଆଜିର ଦିନରେ ରାଖୀ ବାନ୍ଧିଛନ୍ତି ଏମ୍‌ଭି-୭୯ ସରସ୍ବତୀ ଶିଶୁମନ୍ଦିର ଛାତ୍ରୀଛାତ୍ର। ଗୁରୁବାର ଏମ୍‌ଭି-୭୯ସ୍ଥିତ ବିଏସ୍‌ଏଫ୍‌ କ୍ୟାମ୍ପରେ ପହଞ୍ଚତ୍ ପିଲାମାନେ ସେଠାରେ ଉପସ୍ଥିତ ଯବାନଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ। ସେହିଭଳି ସୀମାନ୍ତରେ ରହୁଥିବା ଯବାନଙ୍କ ପାଇଁ ମଧ୍ୟ ଏହି ସ୍କୁଲ ଛାତ୍ରୀଛାତ୍ର ରାଖୀ ପଠାଇଛନ୍ତି। ଦେଶର ସୁରକ୍ଷା ଓ ଅଖଣ୍ଡତା ପାଇଁ ପ୍ରତିକୂଳ ପରିସ୍ଥିତିରେ ରହି ମଧ୍ୟ ଯବାନମାନେ ଆମକୁ ସୁରକ୍ଷା ଦେଉଛନ୍ତି। ସେମାନେ ବିଭିନ୍ନ ପର୍ବପର୍ବାଣିରେ ପରିବାରଠାରୁ ଦୂରରେ ରୁହନ୍ତି। ସେହି ବୀର ଯବାନଙ୍କ ପ୍ରତି ସମ୍ମାନ ଓ ଭଲ ପାଇବା ଦେଖାଇ ରାଖୀ ବାନ୍ଧିଛୁ ବୋଲି ପିଲାମାନେ କହିଛନ୍ତି। ଯବାନଙ୍କ ହାତରେ ବାନ୍ଧି ଥିବା ଏହି ରାଖୀ ସେମାନଙ୍କ ମନୋବଳ ବଢାଇବ ବୋଲି ପିଲାମାନେ କହିଛନ୍ତି। ଛାତ୍ରୀଛାତ୍ରଙ୍କ ଏହି ଉଦ୍ୟମକୁ ସାଧାରଣରେ ପ୍ରଶଂସା କରାଯାଇଛି।