ବିଏସ୍‌କଓ୍ବୋଇ ସହ ଆୟୁଷ୍ମାନର ମିଶ୍ରଣ ନିଷ୍ପତ୍ତି ବିଚାରାଧୀନ: ମନ୍ତ୍ରୀ

ଭୁବନେଶ୍ୱର,୨୫ା୨(ବ୍ୟୁରୋ): ଓଡ଼ିଶା ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସ୍‌କେୱାଇ) ସହ ଆୟୁଷ୍ମାନ ଯୋଜନାର ମିଶ୍ରଣ ପ୍ରସଙ୍ଗ ଏବେ ବି ବିଚାରାଧୀନ ରହିଛି। ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ସୋମବାର ବିଧାନସଭାରେ ଅଣତାରକା ପ୍ରଶ୍ନ ନଂ-୯୭୫ର ଉତ୍ତର ଦେଇ ଏହା କହିଛନ୍ତି। ବିଏସ୍‌କେୱାଇର ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ସମସ୍ତ ଜନସାଧାରଣ ସବୁ ସରକାରୀ ଚିକିତ୍ସାଳୟରେ ଦେୟମୁକ୍ତ ସେବା ପାଇପାରିବେ। ଏହି ଯୋଜନାର ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟରେ ୭୦ ଲକ୍ଷରୁ ଅଧିକ ଆର୍ଥିକ ଦୃଷ୍ଟିରୁ ଅନଗ୍ରସର ପରିବାର ସରକାରୀ ଦେୟମୁକ୍ତ ସେବା ବ୍ୟତୀତ ପରିବାର ପିଛା ୫ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ ସୁବିଧା ଯୋଗାଇ ଦିଆଯାଉଛି। ମହିଳାଙ୍କ କ୍ଷେତ୍ରରେ ଅତିରିକ୍ତ ୫ ଲକ୍ଷ ଟଙ୍କା ସହ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସେବା ବେସରକାରୀ ଚିକିତ୍ସାଳୟରେ ପ୍ରଦାନ କରାଯାଇପାରିବ ବୋଲି ମନ୍ତ୍ରୀ ଉତ୍ତର ଲେଖିଛନ୍ତି।

Share