Categories: ଜାତୀୟ

ବିଏସ୍‌ପିକୁ ଝଟ୍‌କା: ଏଏପିରେ ଯୋଗଦେଲେ ନାଥୁରାମ

ନୂଆଦିଲ୍ଲୀ,୩।୨: ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବାର ୫ଦିନ ପୂର୍ବରୁ ବିଏସ୍‌ପିକୁ ବଡ଼ ଝଟ୍‌କା ଲାଗିଛି। କରାଓ୍ବଲ ନଗରରୁ ବିଏସ୍‌ପି ପ୍ରାର୍ଥୀ ଥିବା ନାଥୁରାମ କଶ୍ୟପ ଆମ ଆଦ୍‌ମୀ ପାର୍ଟି (ଏଏପି)ରେ ଯୋଗଦେଇଛନ୍ତି। ସୋମବାର ଏଏପିର ନେତା ଓ ରାଜ୍ୟସଭା ଏମ୍‌ପି ସଞ୍ଜୟ ସିଂହଙ୍କ ଉପସ୍ଥିତିରେ ନାଥୁରାମ ଦଳରେ ଯୋଗଦେଇଥିଲେ। ଦଳରେ ସାମିଲ ହେବା ପରେ ନାଥୁରାମଙ୍କୁ ଭବ୍ୟ ସ୍ବାଗତ କରାଯାଇଛି। ସୂଚନାଯୋଗ୍ୟ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ବିଏସ୍‌ପିର ମୁଖ୍ୟ ମାୟାବତିଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀର ୬୮ ଆସନ ପାଇଁ ନିଜର ପ୍ରାର୍ଥୀଙ୍କୁ ନିର୍ବାଚନୀ ମଇଦାନକୁ ଓହ୍ଲାଇଥିଲେ। କିନ୍ତୁ ଏବେ କରାଓ୍ବଲ ନଗରରୁ ବିଏସ୍‌ପି ପ୍ରାର୍ଥୀଙ୍କ ସହଯୋଗ ମିଳିବା ପରେ ଏଏପି ଏହାର ଲାଭ ଉଠାଇବ। ଏହି ଆସନରୁ ଏଏପିର ପ୍ରାର୍ଥୀ ଦୁର୍ଗେଶ ପାଠକଙ୍କ ଲଢ଼େଇ ସିଧାସଳଖ ଭାଜପା ପ୍ରାର୍ଥୀ ମୋହନ ସିଂହ ଓ କଂଗ୍ରେସ ପ୍ରାର୍ଥୀ ଅରବିନ୍ଦ ସିଂହ ସହ ହେବ। ଏବେ ଏଠାରେ ତ୍ରିମୁଖୀ ଲଢ଼େଇ ହେବ ବୋଲି ଚର୍ଚ୍ଚା ହେଉଛି।

Share