ବିଏସ୍‌ସିଏଲ୍‌ ପାଇଲା ସାଣ୍ଡଭିକ୍‌ ଇଣ୍ଡିଆ ଜେଣ୍ଡର ଆଓ୍ବାର୍ଡ

ଭୁବନେଶ୍ୱର, ୩୦।୭(ବ୍ୟୁରୋ): ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ(ବିଏସ୍‌ସିଏଲ୍‌)ର ସ୍ମାର୍ଟ ସାମାଜିକ ପ୍ରକଳ୍ପ ସାଣ୍ଡଭିକ୍‌ ଇଣ୍ଡିଆ ଜେଣ୍ଡର ଆଓ୍ବାର୍ଡ ୨୦୧୯ର ତୃତୀୟ ସଂସ୍କରଣର ବିଜେତା ହୋଇଛି। ଗତ ଶନିବାର ପୁଣେଠାରେ ବିଏସ୍‌ସିଏଲ୍‌କୁ ଏହି ପୁରସ୍କାର ମିଳିଛି। ମହିଳାଙ୍କ ବିରୋଧରେ ହେଉଥିବା ହିଂସା, ନାରୀ ସଶକ୍ତୀକରଣ ଓ ଲିଙ୍ଗଗତ ସମାନତା ଦିଗରେ କାମ କରୁଥିବା ସଂସ୍ଥା ଓ ଅନୁଷ୍ଠାନକୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ଏହି ପ୍ରତିଯୋଗିତାରେ ୬୫୦ରୁ ଊର୍ଦ୍ଧ୍ୱ ଆବେଦନକାରୀ ସାମିଲ ଥିଲେ। କର୍ପୋରେଟ, ଶିକ୍ଷାନୁଷ୍ଠାନ, ଏନ୍‌ଜିଓ, ସରକାରୀ ଅନୁଷ୍ଠାନ ଆଦି ବର୍ଗକୁ ନେଇ ପ୍ରତିଯୋଗିତା ହୋଇଥିଲା। ବିଏସସିଏଲ ସରକାରୀ ବର୍ଗରେ ବିଜେତା ହୋଇଛି। ଏହି ବର୍ଗରେ ଟିସ୍‌ ଓ ନାବାର୍ଡକୁ ପଛରେ ପକାଇ ବିଏସସିଏଲ ବିଜେତା ହୋଇଛି। ଉଲ୍ଲେଖଥାଉ କି, ସୋସିଆଲ ସ୍ମାର୍ଟ ପ୍ରୋଜେକ୍ଟକୁ ଭୁବନେଶ୍ୱରର ବିଭିନ୍ନ ବସ୍ତି ଅଞ୍ଚଳରେ ସଚେତନ କରିବା ଉଦ୍ଦେଶ୍ୟରେ ଗଢ଼ାଯାଇଥିଲା। ଏଥିରେ ବିଏମ୍‌ସି ଦ୍ୱାରା ପରିଚାଳିତ ଗୋଷ୍ଠୀ ସଂଗଠକ, ପ୍ରଗତି ସାଥୀ ଓ ଓ୍ବାର୍ଡ ଅଫିସରମାନଙ୍କୁ ତାଲିମ ଦିଆଯାଇ ପଛୁଆ ବର୍ଗଙ୍କୁ ମୁଖ୍ୟସ୍ରୋତକୁ ଆଣିବା ପାଇଁ ଚେଷ୍ଟା କରାଯାଉଛି। ଏଥିରେ ସଫଳ ହୋଇଥିବାରୁ ଏହି ଆଓ୍ବାର୍ଡ ମିଳିଛି।

Share