Categories: ବାଣିଜ୍ୟ

ବିଏସ୍‌-୬ ମୋଟର ସାଇକେଲ ଆଣିଲା ହିରୋ

ନୂଆଦିଲ୍ଲୀ,୧୧-୧୧: ହିରୋମୋଟୋକର୍ପ ଲିମିଟେଡ ପକ୍ଷରୁ ଦେଶର ପ୍ରଥମ ବିଏସ୍‌-୬ ମୋଟର ସାଇକେଲ ସ୍ପ୍ଲେଣ୍ଡର ଆଇ-ସ୍ମାର୍ଟର ବଜାର ପ୍ରବେଶ କରାଯାଇଛି। ଆଇସିଏଟି ପ୍ରମାଣପତ୍ର ଲାଭ କରିବାର ମାତ୍ର କିଛି ମାସ ମଧ୍ୟରେ କମ୍ପାନୀ ଏହି ନୂଆ ମଡେଲଟିକୁ ବଜାରକୁ ଆଣିଛି। ନୂଆ ମଡେଲଟିରେ ଗ୍ରାହକମାନେ ୧୦୦ ସିସି ଯୁକ୍ତ ଏଫ୍‌ଆଇ ଇଞ୍ଜିନ ଲାଭ କରିପାରିବେ। ଏହା ଉଚ୍ଚ ଟର୍କ ଏବଂ ଇନ୍ଧନ ଦକ୍ଷତା ପ୍ରଦାନ କରିବ। ନୂଆ ଡାଇମଣ୍ଡ ଫ୍ରେମ, ଉନ୍ନତ ଗ୍ରାଉଣ୍ଡ କ୍ଲିୟରାନ୍ସ, ଫ୍ରଣ୍ଟ ସସ୍‌ପେନଶନ ଟ୍ରାଭେଲ ଏବଂ ଦୀର୍ଘସ୍ଥାୟୀ ଦୃଢତା ଏଥିରେ ଗ୍ରାହକ ପାଇପାରିବେ। ଖୁବ କମ୍‌ ଦିନ ମଧ୍ୟରେ ଏହି ମଡେଲଟି ବଜାରରେ ଉପଲବ୍ଧ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ମଡେଲଟିର ଏକ୍ସଶୋ’ରୁମ ଦିଲ୍ଲୀ ମୂଲ୍ୟ ୬୪,୯୦୦ ଟଙ୍କା ରହିଛି। ଟେକ୍ନୋ ବ୍ଲୁ ଆଣ୍ଡ ବ୍ଲାକ, ସ୍ପୋର୍ଟ ରେଡ ଆଣ୍ଡ ବ୍ଲାକ, ଫୋର୍ସ ସିଲଭର ଆଣ୍ଡ ହେଭି ଗ୍ରେ ରଙ୍ଗରେ ଏହା ଆସୁଛି। ସେଲ୍ଫ ଡ୍ରମ କାଷ୍ଟ ଏବଂ ସେଲ୍ଫ ଡିସ୍କ କାଷ୍ଟ ଭଳି ଭାରିଆଣ୍ଟରେ ମଡେଲଟି ଉପଲବ୍ଧ। ବିଏସ୍‌-୬ ନିୟମ ଅନୁପାଳନକୁ ଧ୍ୟାନରେ ରଖି ନୂଆ ମଡେଲଟିକୁ ବଜାର ପ୍ରବେଶ କରାଯାଇଥିବା ହିରୋ ମୋଟୋକର୍ପର ଗ୍ଲୋବାଲ ପ୍ରଡକ୍ଟ ପ୍ଲାନିଂ ମାଲୋ ଲେ ମାସନ କହିଛନ୍ତି।

Share