Categories: ବାଣିଜ୍ୟ

ବିଓଆଇର ନୂଆ ଆଞ୍ଚଳିକ ପ୍ରବନ୍ଧକ

ଭୁବନେଶ୍ୱର,୨-୧୧: ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ବିଓଆଇ) କେନ୍ଦୁଝର ଆଞ୍ଚଳିକ କାର୍ଯ୍ୟାଳୟର ଆଞ୍ଚଳିକ ପ୍ରବନ୍ଧକ ଭାବେ ଉପମହାପ୍ରବନ୍ଧକ ସୌନ୍ଦର୍ଯ୍ୟ ଭୂଷଣ ସାହାଣୀ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ ବ୍ୟାଙ୍କର ମୁମ୍ବାଇସ୍ଥିତ ମୁଖ୍ୟ କାର୍ଯ୍ୟାଳୟଠାରେ ଉପମହାପ୍ରବନ୍ଧକ ଏବଂ ଚିଫ୍‌ ଡିଲର ଭାବେ କାର୍ଯ୍ୟରତ ଥିଲେ। ୧୯୯୭ ମସିହାରେ ସେ ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ଯୋଗ ଦେଇଥିଲେ। ବ୍ୟାଙ୍କର ବିଭିନ୍ନ ପଦ ପଦବୀରେ ସେ କାର୍ଯ୍ୟ କରିବା ସହ ବ୍ୟାପକ ଅଭିଜ୍ଞତା ହାସଲ କରିଛନ୍ତି। ନୂଆ ପଦବୀରେ କାର୍ଯ୍ୟ କରିବା ବେଳେ ଉନ୍ନତ ଗ୍ରାହକ ସେବା, ଅଗ୍ରାଧିକାର କ୍ଷେତ୍ରକୁ ଋଣ ଯୋଗାଣ, ସାମାଜିକ ସୁରକ୍ଷା ଯୋଜନା, ଡିଜିଟାଲ ବ୍ୟାଙ୍କିଙ୍ଗ ଏବଂ ଅପହଞ୍ଚ ଇଲାକାରେ ବ୍ୟାଙ୍କିଙ୍ଗ ସେବା ଯୋଗାଣ ଦିଗରେ କାର୍ଯ୍ୟ କରିବେ ବୋଲି କହିଛନ୍ତି।

Share