ବିଓଆଇର ‘ହର ଘର ଦସ୍ତକ’ କାର୍ଯ୍ୟକ୍ରମ

ଭୁବନେଶ୍ୱର, ୫ା୧୨: ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ବିଓଆଇ) ଭୁବନେଶ୍ୱର ଅଞ୍ଚଳ ପକ୍ଷରୁ ହରଘର ଦସ୍ତକ ଅଭିଯାନ ଆରମ୍ଭ ହୋଇଛି। କାର୍ଯ୍ୟକ୍ରମକୁ ବ୍ୟାଙ୍କର ମହାପ୍ରବନ୍ଧକ ଅଜିତ କୁମାର ମିଶ୍ର, ଆଞ୍ଚଳିକ ପ୍ରବନ୍ଧକ ଓ୍ବାଇ.ଏନ୍‌.ଦ୍ୱିବେଦୀ, ଉପଆଞ୍ଚଳିକ ପ୍ରବନ୍ଧକ ଭାରତ ବରାଡ, ରିକଭରୀ ବିଭାଗର ବିମଳ ତ୍ରିପାଠୀ ଏହାକୁ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଋଣ ଅଭିବୃଦ୍ଧି, ଏନ୍‌ପିଏ ଅସୁଲ, କାସା ଅଭିବୃଦ୍ଧି, ଆର୍ଥତ୍କ ଅଭିବୃଦ୍ଧି ଯୋଜନାର ସଫଳ ରୂପାୟନ ଏବଂ ଆଇଟି ପ୍ରଡକ୍ଟଗୁଡିକୁ ଲୋକପ୍ରିୟ କରାଇବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଏହି ଅବସରରେ ୩୦ ଶାଖା ମୁଖ୍ୟ ଏବଂ ୧୦୦ରୁ ଉର୍ଦ୍ଧ୍ୱ ଗ୍ରାହକ ଅଂଶଗ୍ରହଣ କରିଥିଲେ। ବିଭିନ୍ନ ବର୍ଗରେ ୨୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ଋଣ ମଞ୍ଜୁରୀ ପତ୍ର ଏଥିରେ ପ୍ରଦାନ କରାଯାଇଛି। ସେହିଭଳି ୨୦୦ରୁ ଉର୍ଦ୍ଧ୍ୱ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଏହି ଅବସରରେ ଋଣ ଯୋଗାଇ ଦିଆଯାଇଛି। ବ୍ୟାଙ୍କ ପକ୍ଷରୁ ୩୭ ଗ୍ରାମକୁ ଡିଜିଟାଲ ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କରାଯାଇଛି।

Share