Categories: ବାଣିଜ୍ୟ

ବିଓଆଇ ଅଫିସର୍ସ ଆସୋସିଏଶନ ପକ୍ଷରୁ ରିଲିଫ କାର୍ଯ୍ୟକ୍ରମ

ଭୁବନେଶ୍ୱର,୨୯।୫: ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଅଫିସର୍ସ ଆସୋସିଏଶନ ପକ୍ଷରୁ ବାତ୍ୟା ପ୍ରଭାବିତ ଲୋକଙ୍କ ଲାଗି ରିଲିଫ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କ୍ଷତିଗ୍ରସ୍ତଙ୍କୁ ତାର୍ପୋଲିନ, ମଶାରୀ, ସୋଲାର ଲାଇଟ, ଖାଦ୍ୟ ପ୍ୟାକେଟ ଏବଂ ପାନୀୟ ଜଳ ବଣ୍ଟନ କରାଯାଇଥିଲା। ଆଳସାରଙ୍ଗ, ନିମସାହି, ଚାଷଖଣ୍ଡ, ଗଉଡ ସାହି, ପରାହାଟ, ହରଚଣ୍ଡୀ ସାହି, ବଗୁଲା ପାରି ଭଳି ସ୍ଥାନଗୁଡିକରେ ରିଲିଫ ବଣ୍ଟନ କରାଯାଇଥିଲା। ଏହି ଅବସରରେ ଝାଡଖଣ୍ଡ ଆସୋସିଏଶନର ସାଧାରଣ ସମ୍ପାଦକ ସୁନୀଲ କୁମାର ଲାକ୍ରା, ସଭାପତି ରାଜକୁମାର ଶ୍ରୀବାସ୍ତବଙ୍କ ସମେତ ଝାଡଖଣ୍ଡର ୮ ସଦସ୍ୟ, ଓଡ଼ିଶା ଆସୋସିଏଶନ ସଭାପତି ସ୍ମୃତିରଞ୍ଜନ ସାହୁ, ସାଧାରଣ ସମ୍ପାଦକ କମଲଜିତ ମହାପାତ୍ର, ସ୍ଥାନୀୟ ବାସିନ୍ଦା ସୁବ୍ରତ କୁମାର ବରାଳ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Share