Categories: ବାଣିଜ୍ୟ

ବିଓଆଇ ପକ୍ଷରୁ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର, ୮-୯: ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ବିଓଆଇ) ପକ୍ଷରୁ ଏହାର ୧୧୪ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ପରିସରରେ ଆସୁଥିବା ୨୧ ଜିଲାର ୧୨୭ ଶାଖାକୁ ଓଡ଼ିଶାବାସୀଙ୍କୁ ପୁନଃ ଉତ୍ସର୍ଗୀକୃତ କରାଯାଇଛି। ଆଞ୍ଚଳିକ ପ୍ରବନ୍ଧକ ଓ୍ବାଇ.ଏନ୍‌. ଦ୍ୱିବେଦୀ,ସହାୟକ ମହାପ୍ରବନ୍ଧକ ବିମଳ କୁମାର ତ୍ରିପାଠୀ, ବିଓଆଇ ଅଧିକାରୀ ସଂଘ ଓଡ଼ିଶା ୟୁନିଟ ସାଧାରଣ ସମ୍ପାଦକ କମଲଜିତ ମହାପାତ୍ର ଏବଂ ସଭାପତି ସ୍ମୃତି ରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ବେଟି ବଚାଓ ବେଟି ପଢାଓ କାର୍ଯ୍ୟକ୍ରମ ଅନ୍ତର୍ଗତ ୨୫୦ ବାଳିକାଙ୍କୁ ବ୍ୟାଙ୍କ ପକ୍ଷରୁ ପୋଷ୍ୟ ସନ୍ତାନ ରୂପେ ଗ୍ରହଣ କରାଯିବା ସହ ସେମାନଙ୍କ ଶିକ୍ଷା ନିମନ୍ତେ ଆର୍ଥତ୍କ ସହାୟତା ଯୋଗାଇ ଦିଆଯାଇଛି। ସେହିଭଳି ୨୫ ଗ୍ରାମକୁ ଡିଜିଟାଲ ପୋଷ୍ୟ ଗ୍ରାମ, ପୁରୀଠାରେ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ, ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟଠାରେ ମାଗଣା ଚକ୍ଷୁ ଏବଂ ସ୍ବାସ୍ଥ୍ୟ ପରିକ୍ଷା ଶିବିର ଆୟୋଜନ କରାଯାଇଛି। ବ୍ୟାଙ୍କର ଗୌରବମୟ ଇତିହାସ ଉପରେ ଆଞ୍ଚଳିକ ପ୍ରବନ୍ଧକ ଦ୍ୱିବେଦୀ ଗୁରୁତ୍ୱାରୋପ କରିଥିଲେ। ବ୍ୟାଙ୍କ ଏହାର ଉକୃଷ୍ଟ ସେବା ଯୋଗାଣ ଧାରା ଜାରି ରଖିବ ବୋଲି ସେ କହିଛନ୍ତି।

Share