ବିକାଶଶୀଳ ଦେଶରେ ଅଧିକ ହାର୍ଟ ରୋଗୀ

ହୃଦ୍‌ ଜନିତ ସମସ୍ୟା ଯୋଗୁ ୧୯୯୦ରେ ୧୨.୩ ନିୟୁତ ଏବଂ ୨୦୧୩ରେ ୧୭.୩ ନିୟୁତ ଲୋକଙ୍କର ଜୀବନ ଯାଇଛି । ୧୯୭୦ ପରେ ହାର୍ଟ ରୋଗୀଙ୍କ ସଂଖ୍ୟା ବିକଶିତ ଦେଶ ତୁଳନାରେ ବିକାଶଶୀଳ ଦେଶରେ ଅଧିକ ହୋଇଛି । ଏଥିଯୋଗୁ ୮୦ ପ୍ରତିଶତ ପୁରୁଷଙ୍କ ମୃତ୍ୟୁ ଘଟୁଥିବାବେଳେ ୭୫ ପ୍ରତିଶତ ମହିଳାଙ୍କ ମୃତ୍ୟୁ ହୋଇଥାଏ ବୋଲି ଓ୍ବାଲ୍ଡ ହାର୍ଟ ଫାଉଣ୍ଡେଶନ୍‌ ରିପୋର୍ଟରେ ପ୍ରକାଶ ପାଇଛି। ପୁରୁଷଙ୍କଠାରେ ହାର୍ଟ ସମସ୍ୟା ମହିଳାଙ୍କଠାରୁ ୧୦ ବର୍ଷ ପୂର୍ବରୁ ପ୍ରକାଶ ପାଇଥାଏ। ମାନସିକ ଚାପ, ଅନିୟନ୍ତ୍ରିତ ଖାଦ୍ୟପେୟ, ଡାଇବେଟିସ୍‌, ଉଚ୍ଚରକ୍ତଚାପ ଆଦି ହାର୍ଟ ଆଟାକର ମୁଖ୍ୟ କାରଣ ବୋଲି ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

Share