ଉତ୍ତର ପ୍ରଦେଶର ମୋଷ୍ଟ ୱାଣ୍ଟେଡ ତଥା କାନପୁର ଶୁଟଆଉଟର ମାଷ୍ଟରମାଇଣ୍ଡ ବିକାଶ ଦୁବେ ଆଜି ପୁଲିସ୍ ଏନକାଉଣ୍ଟରରେ ନିହତ ହୋଇଛି। ଗୁରୁବାର ବିକାଶକୁ ମଧ୍ୟପ୍ରଦେଶର ଉଜ୍ଜୟିନୀରୁ ଗିରଫ କରାଯାଇଥିଲା । ବିକାଶ ଦୁବେ ନାଁରେ ୬୦ରୁ ଅଧିକ ମାମଲା ରହିଛି। ତେବେ କାନପୁର ଗୁଳିକାଣ୍ଡ ପରେ ତା’କୁ ଧରିବା ପାଇଁ ୨୦ଟି ଟିମ୍ ଗଠନ କରାଯାଇଥିଲା।