Categories: ବାଣିଜ୍ୟ

ବିକାଶ ପୂର୍ବାନୁମାନ ୧.୮%କୁ ଖସାଇଲା ଏସ୍‌ ଆଣ୍ଡ ପି

ନୂଆଦିଲ୍ଲୀ,୧୯।୪: କ୍ରେଡିଟ୍‌ ରେଟିଂ ଏଜେନ୍ସି ଏସ୍‌ ଆଣ୍ଡ ପି ଚଳିତ ଆର୍ଥତ୍କ ବର୍ଷ ଉପରେ ଭାରତର ବିକାଶ ହାର ପୂର୍ବାନୁମାନକୁ ୧.୮%କୁ ଖସାଇ ଦେଇଛି। କରୋନା ପ୍ରଭାବ ଯିବା ପରେ ଦେଶର ଆର୍ଥତ୍କ ଅଭିବୃଦ୍ଧି ହାରରେ ସୁଧାର ଆସିବ ବୋଲି ଏହି ଏଜେନ୍ସି ପ୍ରକାଶ କରିଛି। ୨୦୨୧-୨୨ରେ ଭାରତ ୭.୫% ହାରରେ ଅଭିବୃଦ୍ଧି ହାସଲ କରିବ ବୋଲି ଏହା ମତ ରଖିଛି। ଏହା ପୂର୍ବରୁ ଏସ୍‌ ଆଣ୍ଡ ପି ଭାରତର ବିକାଶ ହାର ୨୦୨୦-୨୧ରେ ୫.୨% ରହିବ ବୋଲି କହିଥିଲା। ମାତ୍ର ଏହାକୁ ଖସାଇ ୩.୫% କରିଥିବା ବେଳେ ପୁଣି ଥରେ ଏଥିରେ ହ୍ରାସ କରି ୧.୮% ରଖିଛି। ଏସିଆ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ଅଭିବୃଦ୍ଧି ୦.୩%କୁ ଖସିବ ବୋଲି ଏହା ମତ ରଖିଛି। ସେହିଭଳି ଫିଚ୍‌ ଏବଂ ବିଶ୍ୱ ବ୍ୟାଙ୍କ ମଧ୍ୟ ଭାରତର ବିକାଶ ହାର ପୂର୍ବାନୁମାନକୁ କମାଇଥିବା ଜଣାପଡିଛି।

Share