Categories: ବାଣିଜ୍ୟ

ବିକାଶ ହାର ନେଇ ଆର୍‌ବିଆଇ ଚିନ୍ତିତ

ନୂଆଦିଲ୍ଲୀ,୧୦।୪: କୋଭିଡ-୧୯ ବ୍ୟାପିବା ଯୋଗୁ ସାରା ବିଶ୍ୱର ସ୍ଥିତି ଏବେ ଅସମ୍ଭାଳ ହୋଇଛି। ଭାରତକୁ ୨୧ ଦିନିଆ ଲକ୍‌ଡାଉନ ଘୋଷଣା କରାଯାଇଛି। ସ୍ଥିତି ଏବେ ଅଣାୟତ୍ତ ହୋଇଥିବାରୁ କିଛି ରାଜ୍ୟ ଲକ୍‌ଡାଉନକୁ ବଢାଇବା ଲାଗି କେନ୍ଦ୍ରକୁ ପରାମର୍ଶ ଦେଇଛନ୍ତି। ଆଉ କିଛି ରାଜ୍ୟ ଲକ୍‌ଡାଉନ ଅବଧି ବଢାଇବା ଲାଗି ନିଷ୍ପତ୍ତି ନେଇ ସାରିଛନ୍ତି। କରୋନା ଯୋଗୁ ହୋଇଥିବା ଲକ୍‌ଡାଉନ ଫଳରେ ଦେଶର ଆର୍ଥତ୍କ କାର୍ଯ୍ୟକଳାପ ଠପ୍‌ ହୋଇଛି। ଏଭଳି ସ୍ଥିତିରେ ମହାମାରି ଭାରତର ବିକାଶ ହାର ପୂର୍ବାନୁମାନକୁ ଆମୁଳଚୂଳ ପରିବର୍ତ୍ତନ କରିଛି ବୋଲି ରିଜର୍ଭ ବ୍ୟାଙ୍କ ଗୁରୁବାର ସୂଚନା ଦେଇଛି। ଏବେ କରୋନା ରୋଗୀଙ୍କ ସଂଖ୍ୟା ସାରା ଦେଶରେ ବଢି ଚାଲିଛି। ଦେଶର ଅର୍ଥ ବ୍ୟବସ୍ଥାରେ ସୁଧାର ଆସିବା ନେଇ ପୂର୍ବାନକରିବା ପ୍ରକ୍ରିୟାକୁ କୋଭିଡ-୧୯ ବଦଳାଇ ଦେଇଛି ବୋଲି କେନ୍ଦ୍ରୀୟ ବ୍ୟାଙ୍କ ଏହାର ମୁଦ୍ରାନୀତି ରିପୋର୍ଟରେ ଉଲ୍ଲେଖ କରିଛି। ଏହା ରିପୋର୍ଟରେ କହିଛି ଯେ, ମହାମାରୀ ଦକ୍ଷିଣ ଏସିଆର ପ୍ରମୁଖ ଅଭିବୃଦ୍ଧି ଇଞ୍ଜିନ ଭାବେ ପରିଗଣିତ ଭାରତୀୟ ଅର୍ଥ ବ୍ୟବସ୍ଥାର ଗତିକୁ ମନ୍ଥର କରି ଦେଇଛି। କୋଭିଡ ପୂର୍ବରୁ ୨୦୨୦-୨୧ ଆର୍ଥତ୍କ ବର୍ଷ ପାଇଁ ବିକାଶ ହାର ପୂର୍ବାନୁମାନ ନେଇ କେନ୍ଦ୍ରୀୟ ବ୍ୟାଙ୍କ ଯୋଜନା ରଖିଥିଲା। ମାତ୍ର କରୋନା ପାଇଁ ସବୁ ବିଗିଡି ଯାଇଛି। କୋଭିଡ ପରେ ବିଶ୍ୱ ବଜାରରେ ମାନ୍ଦାବସ୍ଥା ସ୍ଥିତି ଆହୁରି ଉତ୍କଟ ହେବ ବୋଲି କେନ୍ଦ୍ରୀୟ ବ୍ୟାଙ୍କ ଏହାର ପୂର୍ବାନୁମାନରେ କହିଛି।
ଭାରତୀୟ ଅର୍ଥ ବ୍ୟବସ୍ଥାର ସ୍ଥିତି ଏବେ ପ୍ରଭାବିତ ରହିଛି। ବିକାଶର ଗତି ୬ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଛି। ୨୦୧୯ରେ ଅଭିବୃଦ୍ଧି ୫%କୁ ଖସିବ ବୋଲି ଆକଳନ କରାଯାଇଛି। ଏହା ପ୍ରାୟ ଗୋଟିଏ ଦଶନ୍ଧିର ସର୍ବନିମ୍ନ ବୋଲି ଜଣାପଡିଛି। ଏବେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ସର୍ବନିମ୍ନ ସ୍ତରରେ ରହିଥିବାରୁ ଏହା ଭାରତ ଲାଗି ଲାଭକାରି ହେବ। କରୋନା ଯୋଗୁ ସ୍ଥିତି ବିଗିଡିଥିବାରୁ ବିକାଶ ହାର ପୂର୍ବାନୁମାନ ନେଇ କିଛି କହିବାରୁ ପୂର୍ବଥର କେନ୍ଦ୍ରୀୟ ବ୍ୟାଙ୍କ ବିରତ ରହିଥିଲା। ଗୁରୁବାର ସକାଳ ସୁଦ୍ଧା ଭାରତରେ କରୋନା ଯୋଗୁ ୧୬୬ ଜଣଙ୍କ ଜୀବନ ହାନି ହୋଇଛି। ଏହି ରୋଗରେ ୫୦୦୦ ଲୋକ ଆକ୍ରାନ୍ତ ହୋଇଛନ୍ତି। ଅର୍ଥ ବ୍ୟବସ୍ଥାର ସ୍ଥିତିକୁ ନଜରରେ ରଖି କେନ୍ଦ୍ରୀୟ ବ୍ୟାଙ୍କ ୭୫ ବେସିସ ପଏଣ୍ଟ ହ୍ରାସ କରିଛି। ସେହିଭଳି ବ୍ୟବସ୍ଥାକୁ ଅଧିକ ନଗଦ ଛାଡିବା ଉପରେ କେନ୍ଦ୍ରୀୟ ବ୍ୟାଙ୍କ ଗୁରୁତ୍ୱାରୋପ କରିଛି। କରୋନା ଜନୀତ ସ୍ଥିତି ସାମାନ୍ୟ ହେବା ପରେ ବିଭିନ୍ନ ଆର୍ଥତ୍କ ଏବଂ ମୁଦ୍ରାଗତ ନୀତି ଦ୍ୱାରା ଆର୍ଥତ୍କ ଅଭିବୃଦ୍ଧିକୁ ତ୍ୱରାନ୍ବିତ କରାଯାଇ ପାରିବ ବୋଲି କେନ୍ଦ୍ରୀୟ ବ୍ୟାଙ୍କ ଆଶା ପ୍ରକଟ କରିଛି।

Share