ମୁମ୍ବାଇ: ବିହାରରେ ରହୁଥିବା ଏକ ଦମ୍ପତି ବଲିଉଡ୍ର ଦୁଇ ପ୍ରସିଦ୍ଧ ଅଭିନେତ୍ରୀଙ୍କୁ ଏତେ ଭଲ ପାଉଥିଲେ ଯେ, ଏହି ଦୁଇ ଅଭିନେତ୍ରୀଙ୍କ ନାମକୁ ମିଶାଇ ତାଙ୍କ ଝିଅର ନାଁ ଦେଇଛନ୍ତି। ସେହି ଝିଅ ଏବେ ସୁପର ମଡେଲ। ଖାଲି ଏତିକି ନୁହେଁ, ବିକିନୀ ପିନ୍ଧି ମଧ୍ୟ ସେ ଖୁବ୍ ଚର୍ଚ୍ଚାରେ। ଆଉ କେହି ନୁହନ୍ତି, ସେ ହେଉଛନ୍ତି ସୁପର ମଡେଲ ଐଶ୍ୱର୍ଯ୍ୟାସୁସ୍ମିତା।
ତାଙ୍କ ମାତାପିତା ବଲିଉଡ୍ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ଏବଂ ସୁସ୍ମିତା ସେନ୍ଙ୍କ ନାମକୁ ମିଶାଇ ଏପରି ନାମକରଣ କରିଛନ୍ତି। କିଙ୍ଗ୍ଫିଶର ସୁପର ମଡେଲ ଐଶ୍ୱର୍ଯ୍ୟାସୁସ୍ମିତା ଆଜିକାଲି ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚାରେ। ବିକିନୀ ଫଟୋରେ ତାଙ୍କ ଇନ୍ଷ୍ଟାଗ୍ରାମ ସତେ ଯେପରି ଛାଇ ହୋଇଯାଇଛି। ଏକ ରିୟଲିଟି ଶୋ’ରେ କିଙ୍ଗ୍ଫିଶର ସୁପର ମଡେଲ ସିଜନ୍-୩ ଜିତିବା ପରେ ତାଙ୍କୁ ଲୋକପ୍ରିୟତା ମିଳିଥିଲା।
ବିହାରର ଦରଭଙ୍ଗାରେ ରହୁଥିବା ଏହି ମଡେଲ୍ ଜଣକ ଐଶ୍ୱର୍ଯ୍ୟା ଏବଂ ସୁସ୍ମିତାଙ୍କ ପରି ଆଗକୁ ବଢ଼ି ଚାଲିଛନ୍ତି। ଐଶ୍ୱର୍ଯ୍ୟାସୁସ୍ମିତା ଖାଲି ସୁପର ମଡେଲ ନୁହନ୍ତି, ସେ ଜଣେ ବେଲି ଡ୍ୟାନ୍ସର, ସିଙ୍ଗର ଏବଂ ଜାତୀୟ ବ୍ୟାଡମିଣ୍ଟନ ଖେଳାଳି ମଧ୍ୟ। ବିହାରରେ ମାଟ୍ରିକ୍ ଏବଂ ଯୁକ୍ତଦୁଇ ପଢ଼ିବା ପରେ ସେ ଦିଲ୍ଲୀରେ ଗ୍ରାଜୁଏସନ୍ କରିଥିଲେ। ତାଙ୍କ ବାପା ଷ୍ଟେଟ୍ବ୍ୟାଙ୍କରେ ଚାକିରି କରୁଥିବା ବେଳେ ମା’ ଗୃହିଣୀ।