ବିକେଏମ୍‌ର ଭାରତବନ୍ଦ ଡାକରା: ତୁମୁଡ଼ିବନ୍ଧରେ ପ୍ରଭାବ

ତୁମୁଡ଼ିବନ୍ଧ,୨୯।୧(ଡି.ଏନ୍‌.ଏ.): ସିଏଏ, ଏନ୍‌ଆର୍‌ସି, ଇଭିଏମ୍‌ ଓ ଏନ୍‌ଆର୍‌ପିକୁ ବିରୋଧକରି ବହୁଜନ କ୍ରାନ୍ତି ମୋର୍ଚ୍ଚା (ବିକେଏମ୍‌) ପକ୍ଷରୁ ବୁଧବାର ୧୨ ଘଣ୍ଟିଆ ଭାରତବନ୍ଦ ଡାକରା ଦିଆଯାଇଛି। କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ ଅଞ୍ଚଳରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ତୁମୁଡ଼ିବନ୍ଧର ଭିମ୍‌ ଆର୍ମି ଓ ଆମ୍ବେଡକର ସେବା ସମିତିର ସଦସ୍ୟମାନେ ସକାଳ ୬ଟାରୁ ପିକେଟିଂ କରି ଦୋକାନ ବଜାର ବନ୍ଦ କରିବା ସହ ୫୯ ନଂ. ଜାତୀୟ ରାଜପଥର ଆମ୍ବେଡକର ଛକଠାରେ ଟାୟାର ଜାଳି ପଥର ପକାଇ ରାସ୍ତା ଅବରୋଧ କରିଛନ୍ତି। ଫଳରେ ଉଭୟ ପାର୍ଶ୍ୱରେ ଯାନବାହନ ଅଟକି ରହିଛି। ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

Share