ବାରିପଦା,୧୮।୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ପାଦଦେଶ ବାଙ୍ଗରିପୋଷି ଥାନା ଅଞ୍ଚଳରେ ଏକ କଲରାପତରିଆ ବାଘ ଚମଡା ବନବିଭାଗ ଜବତ କରିଛି। ସେମାନଙ୍କ ନିକଟରୁ ଏକ ବାଘ ଚମଡା ଜବତ କରିବା ସହ ତିନିଜଣଙ୍କୁ ଅଟକ ରଖି ପଚରାଉୁଚରା ଜାରି ରଖିଛି । ଘଟଣାସ୍ଥଳରୁ ଜଣେ ବାଇକ୍ରେ ଫେରାର ହୋଇଯାଇଛି ।
ସୂଚନାଯୋଗ୍ୟ, ବାରିପଦା ବନଖଣ୍ଡ ବାଙ୍ଗିରିପୋଷି ରେଞ୍ଜ ବାଲିଖୋଣି ଗ୍ରାମରେ କଲରାପତରିଆ ବାଘ ଚମଡ଼ା ଡିଲ୍କୁ ନେଇ ବନବିଭାଗ ବିଶ୍ବସ୍ତ ସୂତ୍ରରୁ ଖବର ପାଇଥିଲା । ଏ ନେଇ ଏକ ଟିମ ଯୋଜନାବଦ୍ଧ ଭାବେ ଚଢାଉ କରିଥିଲା । ଦୁଇଟି ବାଇକରେ ୪ଜଣ ବାଘ ଚମଡାକୁ ନେଇ ଡିଲ କରୁଥିବା ସମୟରେ କର୍ମଚାରୀମାନେ ତିନି ଜଣଙ୍କୁ ଅଟକ ରଖିଥିବା ବେଳେ ଅନ୍ୟଜଣେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା । ଅଭିଯୁକ୍ତମାନଙ୍କର ପରିଚୟ ମିଳିପାରିନଥିବା ବେଳେ ଘଟଣାକୁ ନେଇ ଅଧିକାରୀମାନେ ପଚରାଉଚୁରା ଜାରି ରଖିଛନ୍ତି ।