ବିକ୍‌ନୀ ପିନ୍ଧି ଇନ୍‌ଷ୍ଟାଗ୍ରାମରେ ଫଟୋ ଶେୟାରକଲେ ମଲାଇକା, ଡିଜାଇନର କହିଲେ…

ମୁମ୍ବାଇ: ନିଜର ଡ୍ୟାନ୍ସ ଏବଂ ଷ୍ଟାଇଲ୍‌କୁ ନେଇ ମଲାଇକା ଆରୋରା ସବୁବେଳେ ଚର୍ଚ୍ଚାରେ ରହିଥା’ନ୍ତି। ତାଙ୍କ ହାତରେ ବର୍ତ୍ତମାନ ଯଦିଓ କିଛି ଫିଲ୍ମ ନାହିଁ, ତେବେ ସେ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ରହୁଛନ୍ତି। ଏହି ଜରିଆରେ ସେ ପ୍ରଶଂସକଙ୍କ ନିକଟତର ହେବାକୁ କିଛି ନା କିଛି ଫଟୋ ଶେୟାର କରିଥାନ୍ତି। ଏବେ ଏମିତି ଏକ ଫଟୋ ଶେୟାର କରିଛନ୍ତି, ଯାହାକୁ ପ୍ରଶଂସକ ବେଶ୍‌ ପସନ୍ଦ କରିଛନ୍ତି। ଏକ ପୁଲ୍‌ ନିକଟରେ ବସିଥିବା ନଜର ଆସିଛି। ମଲାଇକାଙ୍କ ଏହି ଫଟୋ ଦେଖି ଅନେକ ଷ୍ଟାର୍‌ କମେଣ୍ଟ ମଧ୍ୟ କରିଛନ୍ତି। ଫଟୋରେ ମଲାଇକା ଏକ ବିକ୍‌ନୀ ପିନ୍ଧି ପାଣିକୁ ଚାହିଁଛନ୍ତି। ଏଥିରେ ସେ କ୍ୟାପ୍‌ଶନ ଲେଖିଛନ୍ତି, ‘ଆଗକୁ ଏବଂ ପଛକୁ ଦେଖନ୍ତୁ’ । ମଲାଇକାଙ୍କ ଏହି ଫଟୋ ଦେଖି ଫ୍ୟାଶନ ଡିଜାଇନର ବିକ୍ରମ ଫର୍ନାଡିଜ୍‌ କମେଣ୍ଟ କରିଛନ୍ତି, ଆଗରେ ପାଣି, ପଡ଼ିଯିବ। ସେହିପରି କରିସ୍ମା କପୁର ମଧ୍ୟ ଆଖି ଥିବା ଏକ ଇମୋଜି ପଠାଇଛନ୍ତି।

Share