‘ବିଗ୍‌ବସ୍‌’ରେ ରଶ୍ମୀ-ଅରହାନଙ୍କ ହୋଇପାରେ ବିବାହ !

ବମ୍ବେ: ଚଳିତ ବର୍ଷ ଲୋକପ୍ରିୟ ରିଆଲିଟି ଶୋ’ ‘ବିଗ୍‌ବସ୍‌’ ବନ୍ଧୁତା, ପ୍ରେମ, ଶତ୍ରୁତା ଆଦିକୁ ନେଇ ଚର୍ଚ୍ଚାରେ। ଯାହାକୁ ନେଇ ସବୁଥରଠାରୁ ଏହା ଦର୍ଶକଙ୍କୁ ବେଶ ପସନ୍ଦ ଆସୁଛି। ବିଗତ ଦିନରେ ପ୍ରତିଯୋଗୀ ସିଦ୍ଧାର୍ଥ-ଶେହନାଜ-ଆସିମ୍‌ଙ୍କୁ ନେଇ ବଜ୍‌ ରହିଥିବା ବେଳେ ଏବେ ଘରେ ପ୍ରେମର ବସନ୍ତ ବୋହିବାରେ ଲାଗିଛି। ସେ ଆସିମ୍‌ ହୁଅନ୍ତୁ ଅଥବା ସିଦ୍ଧାର୍ଥ ସମସ୍ତେ ଏବେ ପ୍ରେମରେ ପଡ଼ିବା ଭଳି ଲାଗୁଛି। ହେଲେ ସମସ୍ତଙ୍କୁ ପଛରେ ପକାଇ ରଶ୍ମୀ ଏଠାରେ ମନର ମଣିଷ ପାଇସାରିଛନ୍ତି। ପୂର୍ବରୁ ବନ୍ଧୁ ଥିବା ଅରହାନ ରଶ୍ମୀଙ୍କୁ ପ୍ରେମ କରୁଥିବା ସ୍ବୀକାର କରିଛନ୍ତି। ଏଣୁ ଆଗାମୀ ଦିନରେ ରଶ୍ମୀ ଶୋ’ରେ ଅରହାନଙ୍କୁ ବିବାହ କରିପାରନ୍ତି ବୋଲି ଶୁଣିବାକୁ ମିଳୁଛି।
ସେହିଭଳି ଆସିମ୍‌ ଏବେ ଏକତରଫା ହିମାଂଶିଙ୍କୁ ମନ ଦେଇ ବସିଛନ୍ତି। ହିମାଂଶୀଙ୍କ ନିର୍ବନ୍ଧ ସରିଥିବା କଥା ସେ ଜାଣିଥିଲେ ସବୁବେଳେ ତାଙ୍କ ପାଖେପାଖେ ରହୁଛନ୍ତି। ସିଦ୍ଧାର୍ଥ ମଧ୍ୟ ଆସ୍ତେ ଆସ୍ତୋ ଶେହନାଜଙ୍କ ଆଡ଼କୁ ଢ଼ଳୁଥିବା ଦେଖିବାକୁ ମିଳୁଛି। ଶେହନାଜ ମଧ୍ୟ ସିଦ୍ଧାର୍ଥଙ୍କ ରାଣୀ ବୋଲି କହିସାରିଛନ୍ତି। ଉଭୟେ ପ୍ରେମରେ ଥିବା ପ୍ରକାଶ କରି ନ ଥିଲେ ମଧ୍ୟ ଖୁବ୍‌ଶୀଘ୍ର କରିପାରନ୍ତି ବୋଲି ପ୍ରଶଂସକ ଆଶା ରଖିଛନ୍ତି।

Share