ବିଗ୍‌ବସ୍‌ର ନୂଆ ଲର୍ଭବାର୍ଡ ପାଲଟିଛନ୍ତି ଆସିମ୍‌-ହିମାଂଶୀ

ବମ୍ବେ: ଚଳିତ ଥର ଦର୍ଶକଙ୍କ ଖୁବ୍‌ ମନୋରଞ୍ଜନ କରୁଛି ଲୋକପ୍ରିୟ ରିଆଲିଟି ଶୋ’ ବିଗ୍‌ବସ୍‌। ଝଗଡା ହେଉ ଅଥବା ରୋମାନ୍ସ ସବୁର ଡୋଜ୍‌ ଦେଖିବାକୁ ମିଳୁଛି ଶୋ’ରେ। କିଛିଦିନ ତଳେ ପ୍ରତିଯୋଗୀ ସିଦ୍ଧାର୍ଥ ଶୁକ୍ଳା ଏବଂ ଆସିମ ରିଆଜଙ୍କ ମଧ୍ୟରେ ଝଗଡା ଚର୍ଚ୍ଚାର ବିଷୟ ପାଲଟିଥିଲା। ଆଉ ଏବେ ଆସିମଙ୍କ ପ୍ରେମ ସମ୍ପର୍କ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି।

ବିଗ୍‌ବସ୍‌ ଘରେ ଆସିମ ପଞ୍ଜାବୀ ଗାୟିକା ହିମାଂଶୀଙ୍କ ପ୍ରେମରେ ପଡିଛନ୍ତି। କହିବାକୁ ଗଲେ ହିମାଂଶୀଙ୍କୁ ଏକତରଫା ପ୍ରେମ କରୁଛନ୍ତି ଆସିମ୍‌। କାରଣ ହିମାଂଶୀ ଜଣଙ୍କୁ ଭଲପାଉଛନ୍ତି। ଏପରିକି ଉଭୟଙ୍କ ନିର୍ବନ୍ଧ ମଧ୍ୟ ସରିଛି। ଏସବୁ ଜାଣି ମଧ୍ୟ ଆସିମ ତାଙ୍କୁ ଦୁନିଆର ସବୁଠାରୁ ସୁନ୍ଦର ମହିଳା କହିବା ସହ ମନ ଦେଇ ବସିଛନ୍ତି। ଖୋଲାଖୋଲି ଭାବେ ହିମାଂଶୀ ଏହାକୁ ସ୍ବିକାର କରୁ ନ ଥିଲେ ହେଁ ସେ ଜଣେ ବନ୍ଧୁ ଭାବେ ଆସିମ୍‌ଙ୍କ ପାଖେ ପାଖେ ରହୁଛନ୍ତି। ଏଣୁ ବିଗ୍‌ବସ୍‌ର ଆଗାମୀ ଏପିସୋଡରେ ନୂଆ ଲର୍ଭବାର୍ଡଙ୍କ ମଧ୍ୟରେ କିଛି ସ୍ପେଶାଲ କନେକ୍ସନ ଦେଖିବାକୁ ମିଳିବ ବୋଲି ଆସିମଙ୍କ ପ୍ରଶଂସକମାନେ ଆଶା କରୁଛନ୍ତି।

ଅପରପକ୍ଷେ ସିଦ୍ଧାର୍ଥଙ୍କ ସହ ଶହନାଜଙ୍କୁ ଯୋଡ଼ା ଯାଉଛି। ଉଭୟଙ୍କ ବନ୍ଧୁତା ଏବଂ ଖଟାମିଠା ସମ୍ପର୍କ ଅନେକଙ୍କୁ ପସନ୍ଦ ଆସୁଛି। ସେମାନଙ୍କ ଯୋଡ଼ିକୁ ସିଡନାଜ୍‌ ବୋଲି କୁହାଯାଉଛି।

Share