ବିଗ୍‌ବସ୍‌ ପରେ ଏବେ ପରଦାରେ ‘ପାହିରା’ ଯୋଡ଼ି

ବମ୍ବେ: ଚର୍ଚ୍ଚାରେ ବିଗ୍‌ବସ୍‌ର ଆଉ ଏକ ଯୋଡ଼ି ‘ପାହିରା’। ଅଭିନେତା ପାରସ ଛାବଡା-ମାହିରା ଶର୍ମାଙ୍କ ଯୋଡ଼ି ଏବେ ପରଦାରେ ନଜରକୁ ଆସିବ। ଉଭୟଙ୍କ କିଛି ଫଟୋ ଭାଇରାଲ ହେବା ପରେ ଏଭଳି କିଛି କୁହାଯାଉଛି। ଉଭୟ ଏକାଠି ସ୍କ୍ରିନ୍‌ ଶେୟାର କରିବେ। ଏକ ମ୍ୟୁଜିକ୍‌ ଭିଡିଓରେ ଏହି ଯୋଡ଼ି ନଜରକୁ ଆସିବେ। ଭିଡିଓ ଲଞ୍ଚ୍‌ ହେବା ପୂର୍ବରୁ ବ୍ରାଇଡାଲ ଲୁକ୍‌ରେ ପାରସ ଓ ମାହିରାଙ୍କ ଫଟୋ ଭାଇରାଲ ହେଉଛି।

ବିଗ୍‌ବସ୍‌କୁ ଯିବା ପୂର୍ବରୁ ପାରସ ଆକାଂକ୍ଷାଙ୍କ ପ୍ରେମରେ ଥିଲେ। ହେଲେ ପରେ ସେ ଆକାଂକ୍ଷାଙ୍କଠାରୁ ଦୂରେଇ ଯିବାକୁ ଚାହୁଁଥିବା କହିଥିଲେ। ମାହିରାଙ୍କ ସହ ତାଙ୍କ ନୂଆ ସମ୍ପର୍କ ଗଢ଼ି ଉଠିଥିଲା। ଉଭୟ ଭବିଷ୍ୟତରେ କପଲ୍‌ ହୋଇପାରନ୍ତି ବୋଲି ଅନେକେ ମତ ରଖିଥିଲେ। ହେଲେ ଏବେ ପରିସ୍ଥିତି ଟିକିଏ ବଦଳିଛି। ପାରସଙ୍କୁ ମାହିରା କେବଳ ବନ୍ଧୁ ବୋଲି କହୁଛନ୍ତି। ଅପରପକ୍ଷେ ଏକ ନୂଆ ଶୋ’ରେ ନିଜ ପାଇଁ ଜୀବନସାଥୀ ଖୋଜୁଛନ୍ତି ପାରସ। ତେଣୁ ଆଗାମୀ ଦିନରେ ତାଙ୍କର ସାହାନାଇ ବାଜିପାରେ ବୋଲି ଆଲୋଚନା ହେଉଛି।

Share