Advertisement

ବିଗ୍‌ବସ ୧୩ରେ ସଲମାନଙ୍କ ସହ ହୋଷ୍ଟ କରିବେ ଏହି ଦୁଇ ଅଭିନେତ୍ରୀ

କ୍ୟାଟ୍ରିନା ଏବଂ ସଲମାନଙ୍କ ଯୋଡ଼ିକୁ ଦର୍ଶକ ବହୁ ପସନ୍ଦ କରିଥାନ୍ତି। ସେ ବଡ଼ପରଦା ହେଉ କି ଛୋଟପରଦା। ଏହି ଯୋଡ଼ି ଯେତେବେଳେ ପରଦା ଉପରକୁ ଆସିଥାନ୍ତି ଚର୍ଚ୍ଚା ଜୋର ଧରିଥାଏ। ବିଗ୍‌ବସ ୧୩ରେ ସଲମାନଙ୍କ ସହ କ୍ୟାଟ୍ରିନା ଏବଂ ଆଲିଆ ଭଟ୍ଟ ହୋଷ୍ଟ କରିବା ନେଇ ବିଗ୍‌ ଟାଉନ୍‌ରେ ଚର୍ଚ୍ଚା ଚାଲିଛି।
ବିଗ୍‌ ବସ ୧୩ରେ ହୋଷ୍ଟ କରିବେ କ୍ୟାଟ୍ରିନା : ସଲମାନଙ୍କ ସହିତ କ୍ୟାଟ୍ରିନା ବିଗ୍‌ ବସ ୧୩ରେ ହୋଷ୍ଟ କରିବେ। ଶୋ’ର ନିର୍ମାତା ସଲମାନଙ୍କୁ କୁଆଡ଼େ ଏହି ଆଇଡିଆ ଦେଇଛନ୍ତି। ପରାମର୍ଶ ଦେଇଛନ୍ତି କି, ତାଙ୍କ ସହିତ ଜଣେ ଫିମେଲ ହୋଷ୍ଟଙ୍କୁ ନିଅନ୍ତୁ। ଏହାଦ୍ୱାରା ଶୋ’ ଜମିବ।
ଆଲିଆଙ୍କ ନାମକୁ ନେଇ ଚାଲିଛି ବିଚାର : କ୍ୟାଟ୍ରିନାଙ୍କ ବ୍ୟତୀତ ଆଲିଆ ଭଟ୍ଟଙ୍କ ନାଁକୁ ନେଇ ନିର୍ମାତା ବିଚାର ଚଳାଇଛନ୍ତି। ଏହି ଶୋ’ରେ ହୋଷ୍ଟ ପାଇଁ ଆଲିଆଙ୍କୁ ମଧ୍ୟ ନିଆଯାଇପାରେ। କହିରଖୁଛୁ, ସଞ୍ଜୟ ଲୀଲା ଭଁସାଲିଙ୍କ ଫିଲ୍ମ ‘ଇନ୍‌ସଲାହ’ରେ ଆଲିଆଙ୍କ ସହିତ ସଲମାନ୍‌ ନଜର ଆସିବେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share