ବିଗ୍‌ବାଙ୍ଗ୍‌ ଭଳି ପୁଣି ଥରେ ମହାକାଶରେ ହେଲା ପ୍ରଚଣ୍ଡ ବିସ୍ଫୋରଣ !

ମେଲବୋର୍ନ,୨୯।୨: ମହାକାଶରେ ପୁଣିଥରେ ବିଗ୍‌ବାଙ୍ଗ୍‌ ଭଳି ଏକ ପ୍ରଚଣ୍ଡ ବିସ୍ଫୋରଣ ଘଟିଛି। ଏହା ପୃଥିବୀଠାରୁ ୩୯ କୋଟି ଆଲୋକ ବର୍ଷ ଦୂରରେ ହୋଇଥିବା ମହାକାଶ ବିଜ୍ଞାନୀ ସୂଚନା ଦେଇଛନ୍ତି। ଏଭଳି ବିସ୍ଫୋରଣ ଓଫିୟୁକୋସ ଆକାଶଗଙ୍ଗାରେ ହୋଇଥିବା କୁହାଯାଉଛି। ବିସ୍ଫୋରଣ ସମ୍ପର୍କରେ ନାସାର ଚନ୍ଦ୍ରା ଏକ୍ସ୍‌-ରେ ମହାକାଶ ଗବେଷଣା କେନ୍ଦ୍ର ଏବଂ ୟୁରୋପିଆନ୍‌ ସ୍ପେସ୍‌ ଏଜେନ୍ସିର ରେଡ଼ିଓ ଟେଲିସ୍କୋପ୍‌ରେ ଜଣାପଡ଼ିଥିଲା। ସେହିପରି ଭାରତର ପୁଣେଠାରେ ଥିବା ମିଟରଓ୍ବେବ ଟେଲିସ୍କୋପ୍‌ ମଧ୍ୟ ଏହି ବିସ୍ଫୋରଣ ସମ୍ପର୍କରେ ସୂଚନା ଦେଇଥିଲା। ସୂଚନାଯୋଗ୍ୟ, ବିଗ୍‌ବାଙ୍ଗ୍‌ ବିସ୍ଫୋରଣରୁ ପୃଥିବୀର ସୃଷ୍ଟି ହୋଇଥିବା ବୈଜ୍ଞାନିକ ମତ ଦେଇଥାନ୍ତି।

Share