Categories: ବାଣିଜ୍ୟ

ବିଗ୍‌ ବଜାର ପକ୍ଷରୁ ପ୍ରଥମାଷ୍ଟମୀ ପାଳିତ

ଭୁବନେଶ୍ୱର,୧୬-୧୧(ବ୍ୟୁରୋ): ବିଗ୍‌ ବଜାର ଏବଂ ଏଫ୍‌ବିବି ପକ୍ଷରୁ ପ୍ରଥମାଷ୍ଟମୀ ପାଳିତ ହୋଇଯାଇଛି। ଶିଶୁ ଦିବସ ଅବସରରେ ମୌଳିକ ସୁବିଧାରୁ ବଞ୍ଚିତ ଛୋଟ ଛୋଟ ପିଲାଙ୍କ ମୁହଁରେ ଖୁସି ଆଣିବା ଲାଗି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ବିଗ୍‌ ବଜାର ପକ୍ଷରୁ ସୂଚନା ରହିଛି। ପ୍ରଥମାଷ୍ଟମୀ ପାଳନ ଅବସରରେ ପିଲାମାନଙ୍କୁ ନୂତନ ବସ୍ତ୍ର ପ୍ରଦାନ ସହ ରାଜ୍ୟର ୧୨ ବିଗ୍‌ ବଜାର ଷ୍ଟୋର ଏବଂ ୨ ଏଫ୍‌ବିବି ଷ୍ଟୋରରେ ଆକର୍ଷଣୀୟ ରିହାତି ପ୍ରଦାନ କରାଯାଉଛି। ପ୍ରଥମାଷ୍ଟମୀ ପାଳନର ବିଧି ଅନୁଯାୟୀ ବିଗ ବଜାର ପିଲାମାନଙ୍କର ମାମଁୁ ହୋଇ ଭୁବନେଶ୍ୱର ଡୁମଡୁମାସ୍ଥିତ ଏନ୍‌ଜିଓର ୩୦ରୁ ଉର୍ଦ୍ଧ୍ୱ ପିଲାଙ୍କୁ ଏସ୍‌ପ୍ଲାନେଡ ଓ୍ବାନ ମଲ୍‌ଠାରେ ନୂତନ କପଡା ପ୍ରଦାନ କରିଥିଲେ। ଏହି ଅବସରରେ ପିଲାମାନେ ମଲ୍‌ ବୁଲି ଦେଖିଥିଲେ। ଗ୍ରାହକମାନେ ବିଗ୍‌ ବଜାରର ସ୍ବତନ୍ତ୍ର ଅଫର ଏହି ଅବସରରେ ଲାଭ କରିପାରିବେ। ଗ୍ରାହକମାନଙ୍କୁ ବିଗ୍‌ ବଜାର ସର୍ବଦା ଏହାର ସଦସ୍ୟ ଭାବେ ଗ୍ରହଣ କରିଥାଏ ବୋଲି ବିଗ ବଜାର ଇଷ୍ଟଜୋନର ସଦସ୍ୟ ମନୀଷ ଅଗ୍ରଓ୍ବାଲ କହିଛନ୍ତି। ସେହିଭଳି ବିଗ୍‌ ବଜାର ଆନୁକୂଲ୍ୟରେ ଶିଶୁ ଦିବସରେ ଅନ୍ୟ ଏକ କାର୍ଯ୍ୟକ୍ରମରେ ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡଙ୍ଗୀଙ୍କ ଉପସ୍ଥିତିରେ ଟେକ୍ସଟ ବୁକ୍‌ ନୋଡାଲ ହାଇସ୍କୁଲ ପ୍ରାଙ୍ଗଣରେ ଲିପକନସଲ୍‌ଟିଂ ସାମାଜିକ ଅନୁଷ୍ଠାନର ୪୦୦ରୁ ଉର୍ଦ୍ଧ୍ୱ ପିଲାମାନଙ୍କ ମଧ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

Share