‘ବିଗ୍‌ ବସ୍‌’ ଟ୍ରଫିର ଝଲକ ଦେଖି ପ୍ରଶଂସକ ଦିଓ୍ବାନା: ମନପସନ୍ଦ ପ୍ରତିଯୋଗୀଙ୍କ ପାଇଁ ଚାଲୁଛି କ୍ୟାମ୍ପେନ୍‌

ବମ୍ବେ: ଆଉ କିଛି ଦିନ ପରେ ଶେଷ ହେବ ‘ବିଗ୍‌ ବସ୍‌’। ପ୍ରଶଂସକମାନେ ବିଜେତା କିଏ ହେବ ସେ ନେଇ ଉତ୍ସାହିତ ରହିଥିବା ବେଳେ ଶୋ’ ହୋଷ୍ଟ ସଲ୍‌ମାନ ଖାଁ ଟ୍ରଫିର ଝଲକ ଦେଖାଇଛନ୍ତି। ଚଳିତ ସିଜିନ୍‌ ୧୩ତମ ହୋଇଥିବାରୁ ଟ୍ରଫିରେ ଏହିପରି ବିବି ଲେଖାଯାଇଛି। ଏଥିସହ ଚାରିପଟେ ହୀରା ଲଗାଯାଇଛି। ନୀଳ ରଙ୍ଗର ଏହି ଟ୍ରଫିଟି ପୂର୍ବଠାରୁ ବେଶ୍‌ ଅଲଗା ନଜରକୁ ଆସୁଛି। ଏହା ଦେଖିବା ପରେ ପ୍ରଶଂସକମାନେ ଦିଓ୍ବାନା ହୋଇଯିବା ସହ ନିଜ ମନପସନ୍ଦ ପ୍ରତିଯୋଗୀଙ୍କ ପାଇଁ କ୍ୟାମ୍ପେନ୍‌ କରୁଛନ୍ତି।

ଶୋ’ ଏବେ ଅନ୍ତିମ ଚରଣରେ ଥିବା ବେଳେ ଏବେ ଘରେ ୭ଜଣ ପ୍ରତିଯୋଗୀ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୨ଜଣ ବାହାରିବା ପରେ ୫ଜଣ ଫାଇନାଲିଷ୍ଟ ମିଳିବ। ସେମାନଙ୍କ ମଧ୍ୟରୁ ଜଣେ ବିଜେତା ହେବେ। ତେବେ ଚଳିତ ଥର ଆସିମ ରିଆଜ ଏବଂ ସିଦ୍ଧାର୍ଥ ଶୁକ୍ଳାଙ୍କ ମଧ୍ୟରେ କଡ଼ା ଟକ୍କର ହୋଇପାରେ। ଏହାଛଡ଼ା ଶେହନାଜ ଗିଲ, ରଶ୍ମି ଦେଶାଇ ଓ ପାରଶ ଛାବଡ଼ାଙ୍କ ମଧ୍ୟରୁ କେହି ତାଙ୍କୁ ଟକ୍କର ଦେଇପାରନ୍ତି ବୋଲି କୁହାଯାଉଛି।

ଆସିମ୍‌ଙ୍କ ସମର୍ଥନରେ ଅନ୍ତର୍ଜାତୀୟ ଖେଳାଳି ଜନ୍‌ ସେନା ବାହାରିଛନ୍ତି। ସେହିଭଳି ସିଦ୍ଧାର୍ଥ ଶୋ’ରେ ଅଧିକ ଜଡ଼ିତ ରହୁଥିବାରୁ ସେ ଜିତିବା ସୁନିଶ୍ଚିତ ବୋଲି ପ୍ରଶଂସକ ଆଶା ରଖିଛନ୍ତି। ସେ ଯାହା ହେଉନା କାହିଁକି, ଚଳିତ ସପ୍ତାହରେ ତାହା ସ୍ପଷ୍ଟ ହୋଇଯିବ। ଶନିବାର ଶୋ’କୁ ଏହାର ବିଜେତା ମିଳିବ।

Share