ବିଗ୍‌ ବସ୍‌ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର

ମୁମ୍ବାଇ,୨୨।୫: ଟେଲିଭିଜନର ସବୁଠାରୁ ବଡ଼ ରିୟାଲଟି ଶୋ’ ‘ବିଗ୍‌ ବସ୍‌’ରେ ବହୁ ବର୍ଷରୁ ସଲମାନ ଖାନ ହୋଷ୍ଟ କରି ଆସୁଛନ୍ତି। ସବୁ ଥର ଭଳି ସିଜନ ସରିବା ପରେ ଆଗାମୀ ସିଜନରେ ସଲମାନ ହୋଷ୍ଟ କରିବେ ନାହିଁ ବୋଲି ଚର୍ଚ୍ଚା ହୋଇଥାଏ। ଏନେଇ ବିଗ୍‌ ବସ୍‌ ସିଜନ-୧୩ରେ ବି ସଲମାନଙ୍କ ହୋଷ୍ଟ ନେଇ ସସ୍‌ପେନ୍ସ ଜାରି ରହିଥିଲା। କିନ୍ତୁ ଏବେ ଖୋଦ ଦବଙ୍ଗ ଷ୍ଟାର ନିଶ୍ଚିତ କରିଛନ୍ତି ଯେ, ସେ ସିଜନ-୧୩ର ହୋଷ୍ଟ କରିବେ। ତେବେ ବିଗ୍‌ ବସ୍‌ର କମେଣ୍ଟକୁ ସଲମାନ ଏଞ୍ଜୟ କରନ୍ତି ବୋଲି ପିଙ୍କ୍‌ଭିଲ୍ଲା ପକ୍ଷରୁ ପ୍ରଶ୍ନ କରାଯାଇଥିଲା। ଏହାର ଉତ୍ତରରେ ସେ କହିଛନ୍ତି, ଏହି କମେଣ୍ଟକୁ ସେ ପସନ୍ଦ କରୁ ନ ଥିବା ବେଳେ ଏଣ୍ଡମୋଲ ଓ କଲର୍ସର ଲୋକଙ୍କୁ ଚୟନ କରି ଘରେ ବନ୍ଦ କରିବାକୁ ବେଶ୍‌ ପସନ୍ଦ କରନ୍ତି। ସେହି ଲୋକଙ୍କ ସହ ତାଙ୍କୁ ଡିଲ କରିବାକୁ ପଡ଼ିଥାଏ। ବେଳେବେଳେ ବହୁତ ମଜା ଆସିଥାଏ ଆଉ ବେଳେବେଳେ ବିଲ୍‌କୁଲ୍‌ ବି ନୁହେଁ। କିନ୍ତୁ ତାଙ୍କଠାରୁ ସେ ବହୁତ୍‌ କିଛି ଶିଖିବାକୁ ପାଆନ୍ତି ବୋଲି ସଲ୍ଲୁ ମିଅଁା କହିଛନ୍ତି। ଚଳିଥ ଥର ଶୋ’ରେ ସାଧାରଣ ଲୋକଙ୍କ ଏଣ୍ଟ୍ରି ବନ୍ଦ ହୋଇପାରେ। କାରଣ ସିଜନ୍‌-୧୨ର ବିଫଳତା ଯୋଗୁ ଚଳିତ ବର୍ଷ ସେଲିବ୍ରିଟି କଣ୍ଟେଷ୍ଟାଣ୍ଟଙ୍କୁ ନେବାକୁ ମେକର୍ସ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଏଥିସହ ସେଟକୁ ମଧ୍ୟ ପରିବର୍ତ୍ତନ କରାଯାଇଥିବା ଜଣାପଡ଼ିଛି। ବିଗ୍‌ ବସ୍‌ର ହାଉସ୍‌କୁ ମୁମ୍ବାଇର ଲୋନାଓ୍ବାଲାରୁ ଗୋରେଗାଓଁକୁ ସ୍ଥାନାନ୍ତର କରାଯାଉଥିବା ସୂଚନା ମିଳିଛି।

Share