Advertisement

ବିଗ୍‌ ବସ୍‌-୧୩ରେ ନଜର ଆସିବେ ଇନ୍ସପେକ୍ଟର ଦୟା

ମୁମ୍ବାଇ,୩୦।୫: ବିଗ୍‌ ବସ୍‌ ସିଜିନ୍‌ ୧୩ ପାଇଁ କଣ୍ଟେଷ୍ଟେଣ୍ଟଙ୍କ ତାଲିକା ଧିରେ ଧିରେ ସାମ୍‌ନାକୁ ଆସିଛି। ଏହି ତାଲିକାରେ ଦେବଲିନା ଭଟାଚାର୍ଯ୍ୟ, ଅଙ୍କିତା ଲୋଖାଣ୍ଡେ, କରନ ପଟେଲ, ବିବେକ ଦହିଆଙ୍କ ସମେତ ବଲିଉଡ୍‌ର ଅଭିନେତ୍ରୀ ଜରିନ ଖାନ ମଧ୍ୟ ଏହି ଶୋ’ରେ ନଜର ଆସିବେ ବୋଲି ଜଣାପଡ଼ିଛି। ଚଳିତ ଥର ବିଗ୍‌ ବସ୍‌କୁ ସୁପରହିଟ କରିବା ପାଇଁ ପପୁଲାର ସେଲିବ୍ରେଟିଙ୍କୁ ହାଉସ୍‌ରେ ଏଣ୍ଟ୍ରି କରାଯାଉଛି। ଏହି କ୍ରମରେ ଟେଲି ଧାରାବାହିକର ପପୁଲାର ଶୋ’ର ସିଆଇଡି ଫେମ୍‌ ଦୟା ଓ ‘ନା ଆନା ଇସ୍‌ ଦେଶ ଲାଡୋ’ର ଅମ୍ମାଜି ଓ କରନ ବୋହରା ନଜର ଆସିବେ ବୋଲି ସୂଚନା ମିଳିଛି। ଇନ୍ସପେକ୍ଟର ଦୟାକୁ କିଏ ବା ନ ଜାଣେ। ଦୟା ଚରିତ୍ରରେ ଅଭିନୟ କରିଥିବା ଦୟାନନ୍ଦ ସେଟ୍ଟୀ ଘରେ ଘରେ ପରିଚିତ। ତେବେ ବିଗ ବସ୍‌ ହାଉସ୍‌ରେ ଦୟାଙ୍କ ଏଣ୍ଟ୍ରି ତାଙ୍କ ଫ୍ୟାନ୍ସ ଫଲୋଇଂଙ୍କ ପାଇଁ ଖୁସି ଖବର ଆଣି ଦେଇଥିବା ବେଳେ ଶୋ’ର ଟିଆରପିରେ ମଧ୍ୟ ଫରକ୍‌ ଆସିବ ବୋଲି ଚର୍ଚ୍ଚା ହେଉଛି। ଅପରପକ୍ଷରେ ଅମ୍ମାଜି ତଥା ମେଘନା ମଲ୍ଲୀକଙ୍କ ଦମ୍‌ଦାର ପର୍ସନାଲିଟିକୁ ମଧ୍ୟ ଲୋକେ ଦେଖିବାକୁ ପସନ୍ଦ କରିବେ। ସେହିପରି କରନଙ୍କୁ ଏହି ଶୋ’ ପାଇଁ ମେକର୍ସ ଆପ୍ରୋଚ କରିଥିବା ବେଳେ ଏବେ ପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇନାହିଁ। ଟେଲି ଧାରାବାହିକ ‘ଜିନ୍ଦେଗି କି ମହକ’ରୁ କରନଙ୍କୁ ପରିଚୟ ମିଳିପାରିଛି। ସିଜିନ ୧୩ ସେପ୍ଟେମ୍ବର ୨୯ରୁ ଆରମ୍ଭ ହୋଇ ୨୦୨୦ ଜାନୁଆରୀ ୧୨ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ମିଳିଛି। ଚଳିତ ଥର ବିଗ୍‌ ବସ୍‌ ହାଉସ୍‌ର ସେଟକୁ ମୁମ୍ବାଇ ଫିଲ୍ମ ସିଟିକୁ ସ୍ଥାନାନ୍ତରିତ କରାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share