ବିଗ୍‌ ବସ୍‌ ୧୩ ଯୋଗୁ ବ୍ୟାପୁଛି ଅଶ୍ଳୀଳତା, ରୋକ ଲଗାଇବା ପାଇଁ ମନ୍ତ୍ରୀଙ୍କୁ ଚିଠି

ରିୟଲିଟି ଶୋ’ ବିଗ୍‌ ବସ୍‌ ଯୋଗୁ ଅଶ୍ଲୀଳତା ବ୍ୟାପୁଥିବା ଅଭିଯୋଗ କରି ଅଲ୍‌ ଇଣ୍ଡିଆ ଟ୍ରେଡର୍ସ ପକ୍ଷରୁ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡକଙ୍କୁ ଚିଠି ଲେଖାଯାଇଛି। ଏହାର ପ୍ରସାରଣ ଉପରେ ରୋକ ଲଗାଇବା ପାଇଁ ଚିଠିରେ ଉଲ୍ଲେଖ ରହିଛି। ବିଗ୍‌ ବସ୍‌ ଯୋଗୁ ପାରମ୍ପରିକ, ସାଂସ୍କୃତିକ ଏବଂ ସାମାଜିକ ମୂଲ୍ୟବୋଧର ମଜାକ ଉଡାଯାଉଛି। ଖାଲି ଟିଆରପି ପାଇଁ ଏଭଳି କରାଯାଉଥିବା ଅଲ୍‌ ଇଣ୍ଡିଆ ଟ୍ରେଡର୍ସ ପକ୍ଷରୁ ଅଭିଯୋଗ କରାଯାଇଛି। ଏଭଳି ରିୟଲିଟି ଶୋ’ ତୁରନ୍ତ ବନ୍ଦ କରାଯାଉ ବୋଲି ସେମାନେ ଦାବି କରିଛନ୍ତି।

Share