ବିଗ୍‌ ବସ୍‌-୧୩: ଶୋ’ରୁ ବାହାର ହେଲେ ସିଦ୍ଧାର୍ଥ ଦେ

ଟେଲିଭିଜନ ଚ୍ୟାନେଲ୍‌ରେ ପ୍ରସାରିତ ରିଆଲିଟି ଶୋ’ଗୁଡ଼ିକ ମଧ୍ୟରୁ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥାଏ ‘ବିଗ୍‌ ବସ’। ଚଳିତ ବର୍ଷ ଏହାର ୧୩ତମ ସିଜନ୍‌ ପ୍ରସାରିତ ହେଉଛି। ସବୁଥର ଭଳି ଏହାର ନିିର୍ମାତା କିଛି ଭିନ୍ନ କରିବାକୁ ଯାଇ କେବଳ ସେଲିବ୍ରିଟିମାନଙ୍କୁ ଘରେ ଜାଗା ଦେଇଛନ୍ତି। ଏପରିସ୍ଥଳେ ଶୋ’ ଆରମ୍ଭ ହେବା ଦିନଠାରୁ ଦର୍ଶକମାନେ ତ୍ରିକୋଣୀୟ ପ୍ରେମ ଏବଂ ପୂର୍ବ ଶତ୍ରୁତାକୁ ନେଇ ଡ୍ରାମା ଆଦିରୁ ମନୋରଞ୍ଜନର ଖୋରାକ ପାଉଛନ୍ତି। ଶୋ’ର ନୂଆ ଫର୍‌ମାଟ୍‌ ଅନୁଯାୟୀ ଆଉ ମାତ୍ର ଗୋଟିଏ ସପ୍ତାହରେ ଫିନାଲେ କରାଯିବ। ଦୀପାବଳିରେ ପ୍ରସାରିତ ଏପିସୋଡରେ କାହାରିକୁ ଘରୁ ବାହାର କରାଯାଇ ନ ଥିବା ବେଳେ ମଙ୍ଗଳବାର ଏପିସୋଡ୍‌ରେ ସରପ୍ରାଇଜ୍‌ ଏଭିକ୍ସସନ୍‌ ଯୋଗୁ ଘରୁ ବାହାର ହୋଇଛନ୍ତି ସିଦ୍ଧାର୍ଥ ଦେ। ଦର୍ଶକଙ୍କ ତାଙ୍କୁ ସବୁଠାରୁ କମ୍‌ ଭୋଟ ଦେଇଥିଲେ। ସିଦ୍ଧାର୍ଥ ଘରୁ ବାହାରିବାକୁ ସହଜରେ ଗ୍ରହଣ କରିପାରି ନ ଥିଲେ ଅନ୍ୟତମ ପ୍ରତିଯୋଗୀ ରଶ୍ମୀ ଦେଶାଇ। ସେ ତାଙ୍କୁ ସବୁବେଳେ ମନେରଖିବେ ବୋଲି କ୍ୟାମେରା ସାମ୍ନାରେ କହୁଥିବା ଦେଖାଯାଇଛି।

ତେବେ ସିଦ୍ଧାର୍ଥ ବିଗ୍‌ ବସ୍‌ ଘରେ ସାମ୍ବାଦିକା ଶୈଫାଲି ବଗ୍ଗାଙ୍କ ସହ ଭଲ ଭାବେ ମିଶୁଥିଲେ। ଏପରିକି ଶୈଫାଲିଙ୍କୁ ସିଦ୍ଧାର୍ଥ ପସନ୍ଦ କରୁଥିବା କୁହାଯାଉଥିଲା। ଏହାଛଡ଼ା ସେ ରଶ୍ମୀ, ଦେବୋଲିନା, ମାହିରା, ପାରସ୍‌ ଆଦିଙ୍କ ସହ ବନ୍ଧୁଭାବେ ନଜର ଆସୁଥିଲେ। ହେଲେ ବିଗତ ଦିନରେ ଟାସ୍କ କରିବାକୁ ନେଇ ଶୋ’ର ଅନ୍ୟ ପ୍ରତିଯୋଗୀମାନଙ୍କ ସହ ତାଙ୍କର ମନୋମାଳିନ୍ୟ ସୃଷ୍ଟି ହୋଇଥିଲା। ସଲମାନ ଏହାକୁ ନେଇ ତାଙ୍କୁ କଡ଼ା ଭତ୍ସନା କରିଥିଲେ।

Share