ବିଗ୍‌ ବି ପାଇବେ ଦାଦା ସାହେବ୍‌ ଫାଲ୍‌କେ ପୁରସ୍କାର

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅମିତାଭ ବଚ୍ଚନ ପାଇବେ ଭାରତୀୟ ସିନେମାର ସର୍ବୋଚ୍ଚ ସମ୍ମାନ ଦାଦା ସାହେବ ଫାଲ୍‌କେ ପୁରସ୍କାର। ସିନେମା ଜଗତକୁ ଜୀବନ ବ୍ୟାପି ଅବଦାନ ଲାଗି ତାଙ୍କୁ ଏହି ପୁରସ୍କାର ମିଳିବ। କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ଜଣେ ଅଭିନେତା, ଗାୟକ, ପ୍ରଯୋଜକ ଏବଂ ଟେଲିଭିଜନ ହୋଷ୍ଟ ଭାବେ ଅମିତାଭଙ୍କ ବେଶ ନାମ ରହିଛି। ‘ମର୍ଦ୍ଦ, ଶୋଲେ, ସରାବୀ, କୁଲି, ସୂର୍ଯ୍ୟବଂଶମ୍‌, ଡନ୍‌, ସେହନ୍‌ଶାହ, ଲାଓ୍ବାରିଶ, ଅଜୁବା, ଖୁଦା ଗଓ୍ବା’ ଭଳି ଚଳଚ୍ଚିତ୍ରରେ ନିଜର ବଳିଷ୍ଠ ଅଭିନୟ ପ୍ରଦର୍ଶନ କରି ସେ ବାହାବାଃ ସାଉଁଟିଛନ୍ତି। ବୟସାଧିକ ହୋଇଥିଲେ ହେଁ ଏବେ ବି ସେ ଅଭିନୟ ଜାରି ରଖିଛନ୍ତି।

Share