ଠାଣେ, ୩୦ା୬ (ପି.ଟି.) : ଜଣେ ହତ୍ୟା ଅଭିଯୁକ୍ତ ତାଙ୍କ ପାଇଁ ନୂଆ ଓକିଲ ନିଯୁକ୍ତି ନେଇ କୋର୍ଟ ନିଷ୍ପତ୍ତି ଉପରେ ଅସନ୍ତୁଷ୍ଟ ହୋଇ ବିଚାରପତିଙ୍କୁ ଜୋତା ଫିଙ୍ଗିଛନ୍ତି। ଜିଲା ସେସନ୍ସ ଜଜ୍୍ ରାଜେଶ ଗୁପ୍ତାଙ୍କ କୋର୍ଟରେ ଶୁକ୍ରବାର ଏହି ଶୁଣାଣି ହେଉଥିବାବେଳେ ବିଚାରପତି ଅଭିଯୁକ୍ତ ଗଣେଶ ଗାଏକ୍ଓ୍ବାଡ୍ଙ୍କୁ ଓକିଲ କାହାନ୍ତି ବୋଲି ପଚାରିବାରୁ ସେ ଆସିନାହାନ୍ତି ବୋଲି ଉତ୍ତର ମିଳିଥିଲା। ବିଚାରପତି ନୂଆ ଓକିଲ ରଖିବେ କି ବୋଲି ପ୍ରଶ୍ନ କରିବାରୁ ଗାଏକ୍ଓ୍ବାର୍ଡ ରାଗିଯାଇ ଜୋତା ପିଙ୍ଗିଥିଲେ। ଜୋତାଟି ବିଚାରପତିଙ୍କ ଦେହରେ ବାଜି ନ ଥିଲା।