Categories: ଜାତୀୟ

ବିଚାରପତି ମୁରଲିଧରଙ୍କ ବଦଳିକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କଲେ ପ୍ରିୟଙ୍କା

ନୂଆଦିଲ୍ଲୀ,୨୭।୨: ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିଶ ଏସ୍‌ ମୁରଲିଧରଙ୍କ ବଦଳିକୁ ନେଇ ଏବେ ରାଜନୀତି ହୋଇଛି ସରଗରମ। ରାତି ଅଧରେ ତାଙ୍କୁ ବଦଳି କରାଯାଇ ଏବେ ତାଙ୍କୁ ପଞ୍ଜାବ-ହରିୟାଣା ହାଇକୋର୍ଟରେ ଅବସ୍ଥାପିତ କରାଯାଇଛି। ଏହାକୁ ନେଇ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଏଭଳି ଘଟଣା ଦୁଃଖଦାୟକ ଓ ନିନ୍ଦନୀୟ। ଦିଲ୍ଲୀରେ ସୃଷ୍ଟି ହୋଇଥିବା ଦଙ୍ଗା ପରିସ୍ଥିତି ଭିତରେ ବିଚାରପତି ମୁରଲିଧରଙ୍କ ବଦଳି ଆଶ୍ଚର୍ଯ୍ୟ କରୁଛି। ଲୋକଙ୍କର ନ୍ୟାୟପାଳିକା ଉପରେ ବିଶ୍ୱାସ ଥିବା ବେଳେ ମୋଦି ସରକାର ଏମିତି କରି ଲୋକଙ୍କ ମଧ୍ୟରେ ଘୃଣାଭାବ ସୃଷ୍ଟି କରୁଛନ୍ତି ବୋଲି ପ୍ରିୟଙ୍କା କହିଛନ୍ତି।

Share