Categories: ଜାତୀୟ

ବିଚାରପତି ମୁରଲିଧରଙ୍କ ବଦଳିକୁ ନେଇ ମୁହଁ ଖୋଲିଲେ ରବିଶଙ୍କର

ନୂଆଦିଲ୍ଲୀ,୨୭।୨: ଦିଲ୍ଲୀ ହାଇକୋର୍ଟର ବିଚାରପତି ଏସ୍‌. ମୁରଲିଧରଙ୍କ ରାତି ଅଧିଆ ବଦଳିକୁ ନେଇ ଏବେ ରାଜନୀତି ହୋଇଛି ସରଗରମ। ଏହାକୁ ନେଇ ବିରୋଧୀ କଂଗ୍ରେସ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିବା ବେଳେ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଗୋଟିଏ ପରେ ଗୋଟିଏ ଟୁଇଟ୍‌ କରି ଏହାର ସଫେଇ ଦେଉଛନ୍ତି। ସେ କହିଛନ୍ତି ସୁପ୍ରିମକୋର୍ଟ ମୁଖ୍ୟବିଚାପତିଙ୍କ ଅଧ୍ୟକ୍ଷତାରେ ଫେବୃୟାରୀ ୧୨ରେ କୋଲେଜିୟମ ବିଚାରପତି ମୁରଲିଧରଙ୍କ ବଦଳିକୁ ନେଇ ସୁପାରିସ କରିଥିଲେ। ଏହାପରେ ସମସ୍ତ ପ୍ରକାର ପ୍ରକ୍ରିୟା ଶେଷ କରାଯାଇ ତାଙ୍କର ବଦଳି କରାଯାଇଛି। ତେଣୁ କଂଗ୍ରେସ ଯେଉଁ ଅଭିଯୋଗ ଆଣିଛି ତାହା ଭିତ୍ତିହିନ ବୋଲି ରବିଶଙ୍କର କହିଛନ୍ତି। ଆଉ ବଦଳି ପୂର୍ବରୁ ବିଚାରପତିଙ୍କ ସହ ପରାମର୍ଶ କରାଯାଇଥାଏ। ତେଣୁ ବିଚାରପତିଙ୍କ ବଦଳିରେ ସମସ୍ତ ପ୍ରକ୍ରିୟାକୁ ଧ୍ୟାନ ଦିଆଯାଇଛି ବୋଲି ରବିଶଙ୍କର କହିଛନ୍ତି। ସୂଚନାଯୋଗ୍ୟ, ଦିଲ୍ଲୀ ହାଇକୋର୍ଟର ବିଚାରପତି ଏସ୍‌. ମୁରଲିଧରଙ୍କୁ ଏବେ ପଞ୍ଜାବ-ହରିୟାଣା ହାଇକୋର୍ଟକୁ ବଦଳି କରାଯାଇଛି। ଦିଲ୍ଲୀରେ ହିଂସାର ବାତାବରଣ ଚାଲିଥିବା ବେଳେ ବିଚାରପତିଙ୍କ ବଦଳିକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କିମାରିଛି।

Share