ବିଚାରାଧୀନ କଏଦୀଙ୍କୁ ଜେଲ କର୍ମଚାରୀଙ୍କ ମାଡ଼: ଭିମସାରରେ ଭର୍ତ୍ତି

ସମ୍ବଲପୁର,୯।୩(ବ୍ୟୁରୋ): ସମ୍ବଲପୁର ମଣ୍ଡଳ କାରାଗାରରେ ଥିବା ଜଣେ ବିଚାରାଧୀନ କଏଦୀ ଜେଲ କର୍ମଚାରୀଙ୍କ ମାଡ଼ରେ ଗୁରୁତର ହୋଇଛନ୍ତି। ସେ ହେଲେ ଟାଉନ ଥାନା ଦଳେଇପଡ଼ାର ଅଭିଷେକ ବେହେରା। ଚିକିତ୍ସା ଲାଗି ତାଙ୍କୁ ବୁର୍ଲା ଭିମସାର ଅର୍ଥୋପେଡିକରେ ଭର୍ତ୍ତି କରାଯାଇଛି। ଘଟଣାକୁ ଚପାଇଦେବାକୁ ଉଦ୍ୟମ କରାଯାଇଥିବା ବେଳେ ସୋମବାର ଅଭିଷେକଙ୍କ ପରିବାର ଲୋକେ ଜେଲରଙ୍କୁ ଅଭିଯୋଗ କରିବା ପରେ ଏହା ଜଣାପଡ଼ିଛି। ଜେଲର ଘଟଣାରେ ସମ୍ପୃକ୍ତ ତଥା ମାଡ଼ ମାରିଥିବା ପୋଲିସ କର୍ମଚାରୀ ସ୍ମୃତି ସ୍ବରୂପ ପ୍ରଧାନଙ୍କ ନାମରେ କାର୍ଯ୍ୟାନୁଷ୍ଠାନ ଲାଗି ଉଚ୍ଚପଦାଧିକାରୀଙ୍କୁ ଚିଠି ଲେଖିଛନ୍ତି।
ସୂଚନାନୁଯାୟୀ, ଗତ ଶନିବାର ଫୋନ କଲ୍‌ ଡ୍ୟୁଟିରେ ଥିବା କର୍ମଚାରୀ ସ୍ମୃତି ସ୍ବରୂପ ଅଭିଷେକଙ୍କୁ ଟଙ୍କା ମାଗିଥିଲେ। ପରେ ସେ ଟଙ୍କା ନ ଦେବାରୁ କର୍ମଚାରୀ ତାଙ୍କୁ ମାଡ଼ ମାରିଥିଲେ।

Share