ବାରିପଦା ଅଫିସ, ୧ା୩- ବାରିପଦା ମଣ୍ଡଳ କାରାଗାରରେ ରବିବାର ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସମ୍ବଲପୁର ଜିଲା ସିକମପୁର ଅଞ୍ଚଳର ସୁରଜ ନାଥ (୪୫)।
ସୂଚନା ଅନଯାୟୀ, କିଛି ବର୍ଷ ତଳେ ସୁରଜ ମୟୂରଭଞ୍ଜ ଜିଲା ମୋରଡ଼ା ଅଞ୍ଚଳର କୁମୁଦିନୀ ମହାକୁଡ଼ଙ୍କୁ ବିବାହ କରିଥିଲେ। ଗତ ଶୁକ୍ରବାର ପାରିବାରିକ କଳହ ଓ ଯୌତୁକ ଦାବି କରି ସୁରଜ କୁମୁଦିନୀଙ୍କୁ ମାରପିଟ କରିଥିଲେ। କୁମୁଦିନୀ ଏ ନେଇ ମୋରଡ଼ା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଅଭିଯୋଗକୁ ଭିତ୍ତି କରି ସୁରଜଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ସୁରଜଙ୍କୁ ବାରିପଦା ମଣ୍ଡଳ କାରଗାରକୁ ପଠାଯାଇଥିଲା। ଶନିବାର ସୁରଜଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କୁ ପିଆର୍ଏମ୍ ମେଡିକାଲ୍ରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ରବିବାର ମଧ୍ୟାହ୍ନ ୧୨ଟାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।