ବିଚାରାଧୀନ କଏଦୀ ମୃତ

ନୟାଗଡ଼,୧୯।୧(ଡି.ଏନ୍‌.ଏ.): ନୟାଗଡ଼ ଜିଲା ଦଶପଲ୍ଲା ସବ୍‌ଜେଲ୍‌ରେ ବିଚାରାଧୀନ ଥିବା ଜଣେ କଏଦୀଙ୍କ ଶନିବାର ମୃତ୍ୟୁ ଘଟିଛି। ସେ ହେଲେ କୃଷ୍ଣଚନ୍ଦ୍ର ପାତ୍ର (୪୫)। ସୂଚନାଯୋଗ୍ୟ, ଏକ ଗଣ୍ଡଗୋଳ ଘଟଣାରେ ଜେଲ୍‌ରେ ଥିବା କୃଷ୍ଣଚନ୍ଦ୍ର ପୂର୍ବରୁ ପେଟ ରୋଗଜନିତ ସମସ୍ୟାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ଶନିବାର ତାଙ୍କ ଅବସ୍ଥା ଗୁରୁତର ହୋଇ ତାଙ୍କର ମୃତ୍ୟୁ ଘଟିଥିଲା। ଉକ୍ତ ଗଣ୍ଡଗୋଳ ଘଟଣାରେ ତାଙ୍କ ସ୍ତ୍ରୀ ମଧ୍ୟ ଜେଲ୍‌ରେ ଅଛନ୍ତି। ଦଶପଲ୍ଲା ଚିକିତ୍ସାଳୟରେ ସ୍ଥାନୀୟ ତହସିଲଦାର, ପୋଲିସ ଓ ଜେଲ କର୍ମଚାରୀଙ୍କ ଉପସ୍ଥିତିରେ ମୃତଦେହ ବ୍ୟବଚ୍ଛେଦ କରାଯାଇଛି।

Share