Categories: ଜାତୀୟ

ବିଚାର ନ ହୋଇ ପଡ଼ି ରହିଛି ୨ ଲକ୍ଷ ୪୪ ହଜାର ବଳାତ୍କାର ମାମଲା

ନୂଆଦିଲ୍ଲୀ,୨୧।୩ : ଦେଶରେ ବର୍ତ୍ତମାନ ସୁଦ୍ଧା ୨ ଲକ୍ଷ ୪୪ ହଜାର ବଳାତ୍କାର ମାମଲା ପଡ଼ି ରହିଛି। ଏଭଳି ମାମଲାର ଶୀଘ୍ର ବିଚାର ପାଇଁ ୧,୦୨୩ ଫାଷ୍ଟ୍‌ ଟ୍ରାକ୍‌ କୋର୍ଟ ସ୍ଥାପନ ଲାଗି କେନ୍ଦ୍ର ସରକାର ଘୋଷଣା କରିଥିଲେ। ତେବେ ଇତିମଧ୍ୟରେ ୬ମାସରୁ ଅଧିକ ସମୟ ବିତି ଯାଇଛି। ୨୧ ରାଜ୍ୟ ସରକାର ଏନେଇ ତତ୍ପରତା ଦେଖାଇଛନ୍ତି। କିନ୍ତୁ ଫାଷ୍ଟ୍‌ ଟ୍ରାକ୍‌ କୋର୍ଟ ସ୍ଥାପନ ଧାର୍ଯ୍ୟ ପୂରଣ ହୋଇ ପାରିନାହିଁ। ଏସବୁ ରାଜ୍ୟରେ ୩୬୬ଟି ଫାଷ୍ଟ୍‌ ଟ୍ରାକ୍‌ କୋର୍ଟ ସ୍ଥାପନ କରାଯାଇଛି। ଏନେଇ ଆଇନ ମନ୍ତ୍ରଣାଳୟ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ପଶ୍ଚିମବଙ୍ଗ, ବିହାର, କେରଳ ଏବଂ ଓଡ଼ିଶାରେ ଅଧିକ ସଂଖ୍ୟକ ବଳାତ୍କାର ମାମଲା ବିଚାର ନ ହୋଇ ପଡ଼ି ରହିଥିବା ଏହି ରିପୋର୍ଟରେ ଦର୍ଶାଯାଇଛି।

Share