ମୁମ୍ବାଇ: କରିସ୍ମା କପୁର ୯୦ ଦଶକର ଜଣେ ଆଗଧାଡିର ଅଭିନେତ୍ରୀ ଥିଲେ। ଅଭିନୟ ସହିତ ନିଜର ଚୁଲବୁଲି ଅନ୍ଦାଜ ଏବଂ ନୃତ୍ୟ ପାଇଁ ସେ ଅନେକ ପ୍ରଶଂସକ ତିଆରି କରିପାରିଥିଲେ। ତେବେ ଏହି ବୟସରେ ମଧ୍ୟ କରିସ୍ମା ନିଜର ଭିନ୍ନ ଷ୍ଟାଇଲକୁ ନେଇ ଚର୍ଚ୍ଚାରେ ରହୁଛନ୍ତି। ୫୦ ବର୍ଷ ବୟସରେ ମଧ୍ୟ କରିସ୍ମାଙ୍କ ଷ୍ଟାଇଲିସ ଅନ୍ଦାଜ କିଛି କମ୍ ନାହିଁ। ଅଭିନେତ୍ରୀ ସୋସିଆଲ ମିଡିଆରେ ମଧ୍ୟ ଏହାର ପ୍ରମାଣ ଜାରି ରଖିଛନ୍ତି । ପ୍ରତିଦିନ କରିସ୍ମା ତାଙ୍କର ଭିନ୍ନ ଭିନ୍ନ ଷ୍ଟାଇଲର ଫଟୋ ଶେୟାର କରି ଏବେବି ଦର୍ଶକଙ୍କୁ ମତୁଆଲା କରୁଛନ୍ତି।
ଏହି ସମୟରେ, ଅଭିନେତ୍ରୀ ତାଙ୍କ ଇନଷ୍ଟାରେ କିଛି ନୂଅର ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ସେ ଖୁବ୍ ସୁନ୍ଦର ଦେଖାଯାଉଛନ୍ତି। ଏହି ଫଟୋଗୁଡ଼ିକରେ କରିସ୍ମା ଏକ ଧଳା ରଙ୍ଗର ଲମ୍ବା ସୁଟରେ ନିଜର ଆସିବା ସହ ସମସ୍ତଙ୍କ ହୃଦୟ ଚୋରି କରୁଛନ୍ତି। କରିସ୍ମାଙ୍କର ଏହି ପାରମ୍ପାରିକ ରୂପ ଲୋକଙ୍କ ହୃଦୟ ଛୁଇଁ ପାରିଛି।
ଏହି ଲୁକ୍ସକୁ କମ୍ପଲିଟ କରିବା ପାଇଁ ଅଭିନେତ୍ରୀ ଏକ ଛୋଟ ବିନ୍ଦି, କାନରେ ଛୋଟ କାନଫୁଲ ଏବଂ ହାତରେ ବ୍ରେସଲେଟ ପିନ୍ଧି ଏହାକୁ କମ୍ଲିଟ କରିଛନ୍ତି। ଖୋଲା କେଶ ସହିତ ତାଙ୍କର ଏହି ଲୁକ୍ ଖୁବ୍ ମନ କିଣୁଛି। ଏହି ଗେଟଅପରେ ତାଙ୍କ ବୟସ ଅନୁମାନ କରିବା କଷ୍ଟକର।
ଏହି ସମୟରେ କରିସ୍ମାଙ୍କ ସହ କିଛି ଘଟିଥିଲା, ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଅଭିନେତ୍ରୀ ରାସ୍ତା କଡ଼ରେ ତାଙ୍କର ଫଟୋସୁଟ କରୁଛନ୍ତି। ତା’ପରେ ହଠାତ୍ ଜଣେ ବ୍ୟକ୍ତି ସାଇକେଲରେ ପହଞ୍ଚିଲେ, ଯିଏକି ତାଙ୍କୁ ଦେଖୁଥିବାର ଦେଖାଯାଏ। ସେହି ବ୍ୟକ୍ତିଙ୍କ ଏହି କାର୍ଯ୍ୟକୁ ଦେଖି କରିସ୍ମା ଲାଜରେ ଲାଲ ହୋଇଯାଇଥିଲେ। ତେବେ ଏହି ସମୟରେ ହସୁଥିବା ବେଳେ କରିସ୍ମା ବହୁତ ସୁନ୍ଦର ଦେଖାଯାଉଥିଲେ। କରିସ୍ମାଙ୍କର ଏହି ଫଟୋ ସୋସିଆଲ ମିଡିଆରେ ଛାଇ ଯାଇଛି।