ବିଛିନ୍ନାଞ୍ଚଳରେ ପ୍ରଜାମେଳି: ବିଏସଏଫ କ୍ୟାମ୍ପ ନିର୍ମାଣକୁ ବିରୋଧ କରି ଏକାଠି ହେଲେ ଶହ ଶହ ଆଦିବାସୀ

କୋରୁକୋଣ୍ଡା/ଚିତ୍ରକୋଣ୍ଡା,୩।୧୨(ଡି.ଏନ.ଏ): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବିଛିନ୍ନାଞ୍ଚଳରେ ପୁଣି ଥରେ ପ୍ରଜାମେଳି ହେବା ଦେଖାଦେଇଛି। ଏହି ପ୍ରଜାମେଳି ଚିତ୍ରକୋଣ୍ଡା ବିଛିନ୍ନାଞ୍ଚଳର ଯୋଡ଼ାଆମ୍ବ ପଞ୍ଚାୟତର ହନ୍ତାଳଗୁଡାଠାରେ ହୋଇଥିଲା। ଏହି ପ୍ରଜାମେଳିରେ ବିଛିନ୍ନାଞ୍ଚଳବାସୀ କେବଳ ନୂତନ କରି ହେଉଥିବା ରାସ୍ତା ନିର୍ମାଣ ଏବଂ ସେଠାରେ ଆଗକୁ ହେବାକୁ ଥିବା ବିଏସଏଫ କ୍ୟାମ୍ପକୁ ବିରୋଧ କରି ଏହି ପ୍ରଜାମେଳି କରିଥିବା ବିଛିନ୍ନାଞ୍ଚଳବାସୀ କହିଛନ୍ତି। ସେମାନଙ୍କ କହିବାନୁଯାୟୀ, ବହୁ ପୂର୍ବରୁ ସେମାନେ ସ୍ବାସ୍ଥ୍ୟ, ଶିକ୍ଷା ଏବଂ ରାସ୍ତା ନିର୍ମାଣ ନିମନ୍ତେ ଦାବି କରି ଆସୁଛନ୍ତି। ସେମାନେ ଦଫା ୩୧ ଅନୁଯାୟୀ ବିଛିନ୍ନାଞ୍ଚଳବାସୀ ଆନ୍ଦୋଳନ ମଧ୍ୟ କରି ଆସିଛନ୍ତି। କିନ୍ତୁ ସେଗୁଡିକ ପୁରଣ ନ କରି ପ୍ରଶାସନ ସେଠାରେ ନୂତନ କରି ବିଏସଏଫ କ୍ୟାମ୍ପ ନିର୍ମାଣ କରିବାକୁ ଚାହୁଁଛନ୍ତି। ପାପରମେଟଲାରେ ରାଜୁ ହନ୍ତାଳଙ୍କୁ ବିଏସଏଫ ଯବାନମାନେ ଯେପରି ପିଟିପିଟି ମାରି ଦେଇଥିଲେ। ସେଭଳି ଘଟଣାର ଯେପରି ପୁନରାବୃତ୍ତି ନ ହେଉ ତେଣୁ କରି ବିଛିନାଞ୍ଚଳବାସୀ ମୁଖ୍ୟତଃ ଏହି ହନ୍ତାଳଗୁଡାଠାରୁ ଟିକିରିପଡ଼ାକୁ ହେଉଥିବା ରାସ୍ତା ନିର୍ମାଣ ଏବଂ ବିଏସଏଫ କ୍ୟାମ୍ପକୁ ବିରୋଧ କରି ପ୍ରଜାମେଳି କରୁଥିବା କହିଛନ୍ତି। ଏହି ପ୍ରଜାମେଳିରେ ୭ଟି ପଞ୍ଚାୟତର ଶହ ଶହ ଆଦିବାସୀ ଏକତ୍ରିତ ହୋଇ ଏଇ ପ୍ରଜାମେଳି କରିଥିଲେ।

Share