Categories: ବାଣିଜ୍ୟ

ବିଜୁଳି କମ୍ପାନୀଙ୍କ ବକେୟା ପୈଠ ନେଇ କେନ୍ଦ୍ର ଶକ୍ତିମନ୍ତ୍ରୀଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୩-୧୦: ବିଜୁଳି ଶକ୍ତି ଉତ୍ପାଦନକାରୀଙ୍କ ବକେୟା ବାବଦ ଅର୍ଥକୁ ରାଜ୍ୟଗୁଡିକ ଶୀଘ୍ର ପ୍ରଦାନ କରନ୍ତୁ। ଏହା ଦ୍ୱାରା ନିବେଶ ପ୍ରତି ଆକୃଷ୍ଟ ତଥା ନିବେଶକଙ୍କ ମନୋଭାବରେ ପରିବର୍ତ୍ତନ ଆସିବ ବୋଲି କେନ୍ଦ୍ର ଶକ୍ତିମନ୍ତ୍ରୀ ଆର୍‌.କେ. ସିଂ କହିଛନ୍ତି। ଶକ୍ତି କ୍ଷେତ୍ର ବର୍ତ୍ତମାନ ବିଭିନ୍ନ ସମସ୍ୟା ଦେଇ ଗତିକରୁ୍‌ଥିବା ବେଳେ ନିବେଶ ପ୍ରତି ଆକୃଷ୍ଟ କରିବା ଏବେ ବଡ ଚ୍ୟାଲେଞ୍ଜ ପାଲଟିଛି। ଅଂଶୀଦାରମାନେ କମ୍ପାନୀଗୁଡିକର ପ୍ରାୟ ୫୯,୦୦୦ କୋଟି ଟଙ୍କା ବାକି ରଖିଛନ୍ତି। ଏଭଳି ସ୍ଥିତିରେ କିଏ ଶକ୍ତି କ୍ଷେତ୍ରରେ ନିବେଶ ନେଇ ମନ ବଳାଇବ ବୋଲି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକର ୨ ଦିନିଆ ସମ୍ମିଳନୀରେ ସିଂ କହିଛନ୍ତି। ରାଜ୍ୟ ସ୍ତରରେ ବିଭିନ୍ନ ବିଭାଗ ବିଦ୍ୟୁତ ବିତରଣ କମ୍ପାନୀଗୁଡିକର ୪୯,୦୦୦ ହଜାର କୋଟି ଟଙ୍କା ବାକି ରଖିଛନ୍ତି। ଏହି ବାକି ଆଦାୟ ହେଲେ ଶକ୍ତି କମ୍ପାନୀଗୁଡିକ ଉପରେ ରହିଥିବା ଚାପ କମିଯିବ ବୋଲି ସିଂ ମତ ରଖିଛନ୍ତି।

Share