ବଳରାମପୁର,୨୧।୯: ସ୍ବାଧୀନତାର ୭୨ ବର୍ଷ ବିତି ଯାଇଥିବା ବେଳେ ଛତିଶଗଡ଼ ସନଓ୍ବାଲ ଗାଁର ପାଟେରି ପଡାରେ ଆଜି ପର୍ଯ୍ୟନ୍ତ ବିଜୁଳି ଆଲୋକ ପହଞ୍ଚିପାରି ନାହିଁ। ସେଠାକାର ଏମ୍ପି ବିଜୁଳି ଯୋଗାଣ କରାଇବାର ପ୍ରତିଶ୍ରୁତି ଦେଇଥିବା ବେଳେ ଏପର୍ଯ୍ୟନ୍ତ କିନ୍ତୁ ଏଠାକାର ଲୋକେ ଅନ୍ଧକାର ମଧ୍ୟରେ ରହି ଆସୁଛନ୍ତି। ହେଲେ ନିକଟରେ ଉକ୍ତ ଅଞ୍ଚଳର କେତେକଙ୍କ ଘରକୁ ବିଜୁଳି ବିଲ୍ ପହଞ୍ଚିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହା ବିଜୁଳି ବିଭାଗର ଖାମଖିଆଲି ମନୋଭାବକୁ ଦର୍ଶାଉଛି ବୋଲି ଆଲୋଚନା ହେଉଛି। ଏହି ଗାଁରେ ମୋଟ୍ ୪୦ଟି ପରିବାର ରହୁଥିବା ଜଣାପଡିଛି।