ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ

ବାରିପଦା ଅଫିସ, ୧୧ା୪-ମୟୂରଭଞ୍ଜ ଜିଲା ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଜିଲାର ବିିଭିନ୍ନ ସ୍ଥାନରେ ଅସହାୟ ଲୋକମାନଙ୍କୁ ରନ୍ଧା ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି। ରାଜ୍ୟ ସାଧାରଣ ସମ୍ପାଦକ ସୁନିଲ କୁମାର ନାୟକଙ୍କ ନେତୃତ୍ୱରେ ବାରିପଦା ମ୍ୟୁନିସପାଲିଟିର ବିଭିନ୍ନ ୱାର୍ଡ଼ରେ ଲକ୍‌ଡାଉନ ବେଳେ ଅସହାୟ ଲୋକମାନଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଥିଲା। ସେହିଭଳି ବୁଲା ପଶୁ ପକ୍ଷୀମାନଙ୍କୁ ମଧ୍ୟ ଖାଦ୍ୟ ଦିଆଯାଇଥିଲା। ଏହି ବଣ୍ଟନ କାର୍ଯ୍ୟ ସମୟରେ ସାମଜିକ ଦୂରତା ରକ୍ଷା କରାଯିବା ସହିତ ଲୋକଙ୍କୁ କରୋନା ଭୂତାଣୁରୁ ରକ୍ଷା ପାଇବା ଲାଗି ମାସ୍କ ବ୍ୟବହାର କରିବା ଓ ସାବୁନରେ ହାତ ଧୋଇବା ପାଇଁ ସଚେତନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଛାତ୍ରନେତା ଦୁର୍ଯ୍ୟୋଧନ ବେହେରା, ଶଙ୍କର୍ଷଣ ପଣ୍ଡା, ଅବିନାଶ ବେହେରା, ରବୀନ୍‌ ପାତ୍ର, ସିପୁନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Share