ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସରେ ରକ୍ତଦାନ ଶିବିର

ବଲାଙ୍ଗୀର ଅଫିସ, ୧୭।୪- ଆଧୁନିକ ଓଡିଶାର ନିର୍ମାତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୨୩ତମ ଶ୍ରାଦ୍ଧ ଦିବସ ଅବସର ଶୁକ୍ରବାର ବଲାଙ୍ଗୀର ଯୁବ ବିଜେଡି ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଜରିଆରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି । ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ପରିସରସ୍ଥ ରକ୍ତ ଭଣ୍ଡାରରେ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଯୁବ ବିଜେଡି ସଭାପତି ଲୋଟସ କୁମାର ଷଡଙ୍ଗୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୩୧ ୟୁନିଟ୍‌ ରକ୍ତ ସଂଗ୍ରହ କରାଯାଇଥିଲା । କରୋନା ଲକ୍‌ଡାଉନ୍‌ ସମୟରେ ହସ୍ପିଟାଲ ରକ୍ତଭଣ୍ଡାରରେ ରକ୍ତର ଘୋର ଅଭାବ ସମୟରେ ବିଜେଡି କର୍ମୀମାନେ ରକ୍ତଦାନ ମାଧ୍ୟମରେ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ସେବା ଓ ସମ୍ମାନର ବାର୍ତ୍ତା ଦେଇଛନ୍ତି । ଏହି ଶିବିରରେ ଲୋଟସ ଷଡଙ୍ଗୀ, ଅରୁଣ ମିଶ୍ର, ପ୍ରଭାତୀ ମିଶ୍ର, ବିଭୂତି ଭୂଷଣ ମିଶ୍ର, ମମତା ଜେନା, ତପସ୍ବିନୀ ମିଶ୍ର, ମହେନ୍ଦ୍ର ବାଗ, ବାସୁ ଦାଶ, ରାଜେନ୍ଦ୍ର ହୋତା, ନିହାର ରଞ୍ଜନ ସ୍ବାଇଁ, ସନ୍ତୋଷ ପାଢ଼ୀ ଓ ଅନ୍ୟମାନେ ରକ୍ତଦାନ କରିଥିଲେ । ଏହି ଶିବିରରେ ବଲାଙ୍ଗୀର ବ୍ଳକ୍‌ ଅଧ୍ୟକ୍ଷ ଗୋଲାପ ବାଗ, ବିଜେଡି ନେତା ଲଳିତ କୁମାର ନାୟକ, ଧ୍ରୁବ ଜୁଏଡ, ନରସିଂହ ବାଗ, ଜୟରାମ ମିଶ୍ର, ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ବୁଲୁ ବେହେରା, ସନ୍ତୋଷ ଦନ୍ତା ଓ ଅନ୍ୟମାନେ ଉପସ୍ଥିତ ଥିଲେ । ଏଥିରେ ସ୍ବେଚ୍ଛାସେବୀ ସଙ୍ଗଠନ ବିଙ୍ଗ୍‌ ହ୍ୟୁମାନ୍‌ ଫାଉଣ୍ଡେସନ୍‌ ପକ୍ଷରୁ ସହଯୋଗ କରାଯାଇଥିଲା ।

Share