Posted inଖେଳ

ବିଜୁ ପଟ୍ଟନାୟକ ମିନି ମାରାଥନ: ସାମସଦ୍‌, ରଶ୍ମିରଞ୍ଜନ ଚାମ୍ପିୟନ୍‌

ଭୁବନେଶ୍ୱର, ୬ା୩(ବ୍ୟୁରୋ):  ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ବିଜୁ ପଟ୍ଟନାୟକ ମିନି ମାରାଥନ ଅନୁଷ୍ଠିତ ହୋଇଯାଇଛି। ଗୁରୁବାର ସକାଳ ୭ଟାରେ ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ବିଜୁ ପଟ୍ଟନାୟକ ପାର୍କ (ଫରେଷ୍ଟ ପାର୍କ) ନିକଟରୁ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ। ପାଖାପାଖି ୩୦୦୦ ପ୍ରତିଯୋଗୀଙ୍କୁ ନେଇ ଅନୁଷ୍ଠିତ ଏହି ମିନି ମାରାଥନ ବିଜୁ ପଟ୍ଟନାୟକ ପାର୍କରୁ ବାହାରି ଶିଶୁଭବନ ଛକ, ରାଜମହଲ ଛକ, ଏଜି ଛକ, ରାଜଭବନ ଛକ, ପାୱାର ହାଉସ୍‌ ଛକ ଦେଇ କଳିଙ୍ଗ ଷ୍ଟାଡିୟମ୍‌ରେ ପହଞ୍ଚତ୍ଥିଲା ା ୧୫ରୁ ୧୮ ବର୍ଷ ବାଳିକାବାଳକ, ୧୮ ବର୍ଷରୁ ଊର୍ଦ୍ଧ୍ୱ ମହିଳାପୁରୁଷ ଏବଂ ୫୦ ବର୍ଷରୁ ଊର୍ଦ୍ଧ୍ୱ ଭେଟେରାନ୍‌ ମହିଳା ଓ ପୁରୁଷ ବର୍ଗରେ ଅନୁଷ୍ଠିତ ମୋଟ ୬ଟି ବର୍ଗର ଶ୍ରେଷ୍ଠ ୫ ଜଣ ପ୍ରତିଯୋଗୀଙ୍କୁ ମୋଟ ୧ ଲକ୍ଷ ୫୮ ହଜାର ଟଙ୍କାର ଅର୍ଥରାଶି ପୁରସ୍କାର ବାବଦରେ ପ୍ରଦାନ କରାଯାଇଥିଲା। ୧୮ ବର୍ଷରୁ ଊର୍ଦ୍ଧ୍ୱ ପୁରୁଷ ବର୍ଗରେ ରଶ୍ମି ରଞ୍ଜନ ନାୟକ ଏବଂ ମହିଳା ବର୍ଗରେ ସାମ୍‌ସଦ୍‌ ଆରା ବେଗମ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।
ସେହିପରି ୧୫ରୁ ୧୮ ବର୍ଷ ବାଳକ ବର୍ଗରେ ରାଜେନ୍ଦ୍ର କୁମାର ବିନ୍ଦ ଓ ବାଳିକା ବର୍ଗରେ ଇତିଶ୍ରୀ ମହାନ୍ତ ପ୍ରଥମ ସ୍ଥାନ ହାସଲ କରିଛନ୍ତି। ଏହି ଅବସରରେ ଦ୍ୱିତୀୟ ଓ ତୃତୀୟରେ ଥିବା ପ୍ରତିଯୋଗୀଙ୍କୁ ପ୍ରଥମ ପ୍ରତିଯୋଗୀଙ୍କ ସହ ଅର୍ଥ ପୁରସ୍କାର ଚେକ୍‌ ଆକାରରେ ପ୍ରଦାନ କରାଯାଇଛି। ଅନ୍ୟପକ୍ଷରେ ୫୦ ବର୍ଷରୁ ଊର୍ଦ୍ଧ୍ୱ ପୁରୁଷ ଭେଟେରାନ୍‌ ବର୍ଗରେ ଏ. ବାବା ଓ ମହିଳା ବର୍ଗରେ ଡଲି ମହାନ୍ତି ପ୍ରଥମ ସ୍ଥାନ ହାସଲ କରିଛନ୍ତି। ପୁରସ୍କାର ବିତରଣ ଉତ୍ସବରେ ମନ୍ତ୍ରୀ ବେହେରା ଏବଂ ବିଭାଗୀୟ ଶାସନ ସଚିବ ବିଶାଲ ଦେବ ଉପସ୍ଥିତ ରହି ପୁରସ୍କାର ବିତରଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୧୯ ବର୍ଷ ପୂର୍ବେ କରିଥିଲେ ଡେବ୍ୟୁ, ୨୯ ବର୍ଷ ଖେଳି ହାସଲ କଲେ ୧୯୯ ଶତକ: ତାଙ୍କ ଆଖପାଖରେ ନାହାନ୍ତି ସଚିନ-କୋହଲି

ନୂଆଦିଲ୍ଲୀ,୧୯।୯: କ୍ରିକେଟରେ ଶତକ ସ୍କୋର କରିବା ଏକ ବଡ଼ ସଫଳତା। ୧୦୦ ରନ ପୂରଣ କରିବାକୁ ଜଣେ ବ୍ୟାଟ୍ସମ୍ୟାନଙ୍କୁ ଅନେକ ଘଣ୍ଟା ପାଇଁ କ୍ରିଜରେ ରହିବାକୁ...

ପଡିଆରେ ଏହି ମନ୍ତ୍ର ଜପ କରନ୍ତି ବିରାଟ କୋହଲି, ଆଉ ଗୌତମ ଗମ୍ଭୀର…

ନୂଆଦିଲ୍ଳୀ,୧୯ା୯(ପି.ଟି.): ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ସାକ୍ଷାତକାର ଅବସରରେ ଉଭୟଙ୍କ ଆଧ୍ୟାତ୍ମିକତାର ରୁଚି ସାମ୍ନାକୁ ଆସିଛି।...

ଗମ୍ଭୀର-ବିରାଟ ବିବାଦ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ

ଚେନ୍ନାଇ,୧୯ା୯(ପି.ଟି.):ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ମଧ୍ୟରେ ପଡିଆ ବାହାରେ ବିବାଦକୁ ନେଇ ସର୍ବଦା ଖବର ଦେଖିବାକୁ...

ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ: ସ୍ବୟମ୍‌ଜିତଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ୱର, ୧୯।୯ (ତପନ ସ୍ବାଇଁ): ଫିଜିର ସୁଭାରେ ଚାଲିଥିବା ରାଜ୍ୟଗୋଷ୍ଠୀ ୟୁଥ୍‌, ଜୁନିୟର ଓ ସିନିୟର ଭାରୋତ୍ତୋଳନ ଚାମ୍ପିୟନଶିପ୍‌ରେ ଓଡ଼ିଶାର ସ୍ବୟମଜିତ ପ୍ରସାଦ ସାହୁ ବୁଧବାର...

ପ୍ରଥମ ଦିବସରେ ଏକାଧିକ ମିଟ୍‌ ରେକର୍ଡ

ଭୁବନେଶ୍ୱର, ୧୯।୯ (ତପନ ସ୍ବାଇଁ): ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଓ ଓଡ଼ିଶା ଆଥଲେଟିକ୍ସ ଆସୋସିଏଶନର ମିଳିତ ଆନୁକୂଲ୍ୟରେ ୭୦ତମ ରାଜ୍ୟ ସିନିୟର ଆଥଲେଟିକ୍ସ ଚାମ୍ପିୟନଶିପ୍‌...

ଆସିଲା ଆଇପିଏଲ ମେଗା ନିଲାମୀ ତାରିଖ: ଜାଣନ୍ତୁ କେବେ ହେବ ?

ନୂଆଦିଲ୍ଲୀ,୧୮ା୯: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୫ ପାଇଁ ମେଗା ନିଲାମ ଖୁବଶୀଘ୍ର ଅନୁଷ୍ଠିଟି ହେବାକୁ ଯାଉଛି। ନଭେମ୍ବର ଶେଷ କିମ୍ବା ଡିସେମ୍ବର ଆରମ୍ଭରେ ଅନୁଷ୍ଠିତ...

ପଞ୍ଜାବ କିଙ୍ଗ୍ସର ମୁଖ୍ୟ କୋଚ୍‌ ହେଲେ ପଣ୍ଟିଂ

ନୂଆଦିଲ୍ଲୀ,୧୮ା୯: ଆଇପିଏଲ୍‌ ଫ୍ରାଞ୍ଚାଇଜ ପଞ୍ଜାବ କିଙ୍ଗ୍ସର ନୂତନ ମୁଖ୍ୟ କୋଚ୍‌ ଭାବରେ ବୁଧବାର ରିକି ପଣ୍ଟିଂଙ୍କ ନାମ ଘୋଷଣା କରାଯାଇଛି। ଟ୍ରେଭର ବେଲିସ୍‌ଙ୍କ ସ୍ଥାନରେ ପୂର୍ବତନ...

ପୁଣି ମୁହାଁମୁହିଁ ହେଲେ କୋହଲି-ଗମ୍ଭୀର: ଦେଖନ୍ତୁ ଟ୍ରେଲର୍‌…

ନୂଆଦିଲ୍ଲୀ,୧୮।୯: ଭାରତୀୟ ଦଳର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍‌ଙ୍କ ମଧ୍ୟରୁ ବିରାଟ କୋହଲି ଅନ୍ୟତମ। ଗୌତମ ଗମ୍ଭୀର ଟିମ ଇଣ୍ଡିଆର ମୁଖ୍ୟ କୋଚ ଦାୟିତ୍ୱ ତୁଲାଉଛନ୍ତି। ଟିମ ଇଣ୍ଡିଆରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri