ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିକୁ ଅସମ୍ମାନ ଅଭିଯୋଗ

କଣିହାଁ, ୧୯।୪(ଡି.ଏନ.ଏ.)- କଣିହାଁ ବ୍ଲକ ରେଙ୍ଗାଳି ଡ୍ୟାମ ସାଇଟ୍‌  ବଜାର  ମେଡିକାଲ ଛକରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ କିଛିଦିନ ହେଲା କେହି ଦୁର୍ବୃତ୍ତ ମଇଳା କପଡା ଗୁଡାଇ ଦେଉଥିବା ନେଇ ଗୁରୁବାର ରେଙ୍ଗାଳି ଥାନାରେ ଅଭିଯୋଗ ହୋଇଛି। ତୁରନ୍ତ ଏପରି କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ବିଜୁ ସ୍ମୃତି କମିଟି ଓ ବିଜେଡି ପକ୍ଷରୁ  ଦାବି କରାଯାଇଛି। ବିଜୁ ସ୍ମୃତି କମିଟି ଓ ବିଜେଡି କାର୍ଯ୍ୟକର୍ତ୍ତା ସୀମାଞ୍ଚଳ ପଣ୍ଡା, ବିଜୟ ସାମଲ, ରୋହିତ ସାମଲ କହିଛନ୍ତି, ଯେକେହି ଏପରି  ଘୃଣ୍ୟ କାମ କରୁଛନ୍ତି ତାଙ୍କୁ  ତୁରନ୍ତ ଗିରଫ କରାଯାଉ। ଏ ସମ୍ପର୍କରେ ରେଙ୍ଗାଳି ଥାନା ଆଇଆଇସି ସରୋଜକାନ୍ତ ସାମଲଙ୍କ ସହ ଯୋଗାଯୋଗ ସମ୍ଭବ ନ ହେବାରୁ ମତାମତ ମିଳିପାରିନାହିଁି।