ବିଜୁ ଯୁବ ଜନତା ପକ୍ଷରୁ ମାସ୍କ, ସାନିଟାଇଜର ବଣ୍ଟନ

ରେମୁଣା, ୧୬।୪(ଡି.ଏନ୍‌.ଏ.)-ରେମୁଣା ବ୍ଲକର ନୂଆପାଢ଼ୀ, ବଡ଼ପାଳ ଓ ହରିପୁର ପଞ୍ଚାୟତର ବିଭିନ୍ନ ଗଁାରେ ବିଜୁ ଯୁବ ଜନତା ପକ୍ଷରୁ ମାସ୍କ, ସାବୁନ ଓ ସାନିଟାଇଜର ବଣ୍ଟନ କରାଯାଇଛି। ଜିଲା ଯୁବ ଜନତା ସଭାପତି ଶୁଭେନ୍ଦୁ ଦାସ ମଙ୍ଗରାଜଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆଦିବାସୀ ଓ ହରିଜନ ଶ୍ରେଣୀର ଲୋକଙ୍କୁ ମାସ୍କ ପ୍ରଦାନ କରାଯାଇଥିଲା। ଲୋକଙ୍କୁ କରୋନା ଲକ୍‌ଡାଉନ ସମୟରେ ଘରେ ରହିବା, ହାତ ଧୋଇବାକୁ ପରାମର୍ଶ ଦିଆଯାଇଥିଲା। ମହାମାରୀ କରୋନାକୁ ପ୍ରତିହତ କରିବା ପାଇଁ ସାମାଜିକ ଦୂରତା ରକ୍ଷା କରି ଚଳିବାକୁ ବୁଝାଯାଇଥିଲା। ଏଥିରେ ଶୁଭମ ଦାସ, ବସନ୍ତ ମହାରଣା, ମୂରଲୀଧର ପ୍ରଧାନ, ବୁଲୁ ଦାସ, ଶ୍ରୀନାଥ ଦାସ, ବାପୁନ ସେଠୀ ପ୍ରମୁଖ ସହଯୋଗ କରିଥିଲେ।