Categories: ରାଜ୍ୟ

ବିଜୁ ଯୁବ ବାହିନୀ ତରଫରୁ ଆବର୍ଜନା ମୁକ୍ତ ଅଭିଯାନ

କୃଷ୍ଣପ୍ରସାଦ,୧୮ା୭(ଡି.ଏନ୍‌.ଏ.): ପୁରୀ ଜିଲାପାଳଙ୍କ ସ୍ବଚ୍ଛ ପରିବେଶ କାର୍ଯ୍ୟକ୍ରମ ଅବସରରେ ‘ମୋ ବେଳାଭୂମି’ ଯୋଜନାରେ କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଚିଲିକା ଉପକୂଳସ୍ଥିତ ପର୍ଯ୍ୟଟନ ସ୍ଥଳରୁ ଆବର୍ଜନା ମୁକ୍ତ ପାଇଁ ବୁଧବାର ଅଭିଯାନ ଆରମ୍ଭ ହୋଇଛି । ବିଜୁ ଯୁବ ବାହିନୀ ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ସଫେଇ କାର୍ଯ୍ୟକ୍ରମର ନୋଡାଲ ଅଫିସର ତଥା ବ୍ଲକ ସହକାରୀ ଯନ୍ତ୍ରୀ ଇଂ.ପ୍ରସନ୍ନ କୁମାର ସ୍ବାଇଁ ଏବଂ ଯୁବ ବାହିନୀ ବ୍ଲକ ସଂଯୋଜକ ମାନସ କୁମାର ନାୟକଙ୍କ ନେତୃତ୍ୱରେ ଅରଖକୁଦା ପଞ୍ଚାୟତସ୍ଥ ଭାବକୁଣ୍ଡଳେଶ୍ୱର ଦେବଙ୍କ ପୀଠରେ ମହିଳା ସଂଘ ପକ୍ଷରୁ ସଫେଇ ହୋଇଥିଲା। ମାଲୁଦ ସରପଞ୍ଚ ରବୀନ୍ଦ୍ର ନାଥ ଦାସ ଏବଂ ଯୁବ ବାହିନୀର ମିଳିତ ସହଯୋଗକ୍ରମେ ସମୁଦ୍ରକୂଳ ସଫେଇ କରାଯାଇଥିଲା ା ସେହିପରି ବଡଝାଡ଼, ତିତିପ ପଞ୍ଚାୟତ ଯୁବ ବାହିନୀ ତରଫରୁ ଶ୍ରୀ କମଳେଶ୍ୱର ଦେବଙ୍କ ପୀଠକୁ ସଫାସୁତରା କରାଯାଇଥିଲା । ବଡଝାଡ଼ ସରପଞ୍ଚ ସତ୍ୟବାନ ତରେଇ, ତିତିପ ସରପଞ୍ଚ ରମେଶ ଚନ୍ଦ୍ର ମହାପାତ୍ର, ଗୋମୁଣ୍ଡିଆ ସମିତିସଭ୍ୟ ବିଜୟ କୁମାର ତରେଇ, ସରପଞ୍ଚ ସଞ୍ଜୁଲତା ଜେନା, କାର୍ଯ୍ୟନିର୍ବାହୀ ଅଧିକାରୀ ଭାସ୍କର ଚନ୍ଦ୍ର ସାହୁ, କେଦାର ନାଥ କର ପ୍ରମୁଖ ଏଥିରେ ସାମିଲ ହୋଇଥିଲେ । କୃଷ୍ଣପ୍ରସାଦ ପଞ୍ଚାୟତରେ ଯୁବ ବାହିନୀ ତରଫରୁ ଘଣ୍ଟିମୁଦା ଘାଟ, ପେଣ୍ଠ ଅଞ୍ଚଳ ସଫେଇ କରାଯାଇଛି । ସରପଞ୍ଚ ରମେଶ ଚନ୍ଦ୍ର ସିଂହସାମନ୍ତ, ଯୁବ ବାହିନୀ ସଭାପତି ବିପିନ କୁମାର ନାୟକ, ସମ୍ପାଦକ ଅନିଲ କୁମାର ସିଂ ଓ ୫ ସ୍ବୟଂ ସହାୟିକା ଗୋଷ୍ଠୀର ମହିଳା ଏଥିରେ ସାମିଲ ହୋଇଥିଲେ। ମାଣିକା ପଞ୍ଚାୟତର ମିର୍ଜାପୁର, ସାତପଡ଼ା ପଞ୍ଚାୟତର ଆଳୁପାଟଣା ଆଦି ଅଞ୍ଚଳରୁ ଆବର୍ଜନା ମୁକ୍ତ ସହ ଡଷ୍ଟବିନ୍‌ ବ୍ୟବହାର କରିବାକୁ ବିଡିଓ ଅଭିମନ୍ୟୁ ମାଝି ପରାମର୍ଶ ଦେଇଥିଲେ ।

Share