ବିଜୁ ଯୁବ ବାହିନୀ ବିରୋଧରେ ଫେରାଦ ହେଲା ଭାଜପା:ରିଲିଫ କୋଡ୍‌କୁ ଉଲଙ୍ଘନ କରିଛନ୍ତି ସରକାର

ଭୁବନେଶ୍ୱର,୧୯।୫(ବ୍ୟୁରୋ):ରାଜ୍ୟ ରାଜକୋଷ ଅର୍ଥରେ ଗଠନ ହୋଇଥିବା ବିଜୁ ଯୁବ ବାହିନୀର ସଦସ୍ୟମାନଙ୍କ ବାତ୍ୟା ୧୫ଦିନ ପରେ ମଧ୍ୟ ଦେଖା ମିଳୁନାହିଁ। ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କ ପାଇଁ କେନ୍ଦ୍ର ସହାୟତା ଦେଇଥିବାବେଳେ ରାଜ୍ୟ ସରକାର ଭାଙ୍ଗି ଯାଇଥିବା ଘର ଗୁଡିକର ଚିହ୍ନଟ ଦାୟିତ୍ୱ ବିଜୁ ଯୁବ ବାହିନୀ କାର୍ଯକର୍ତ୍ତାଙ୍କୁ ଦେଇଛନ୍ତି। ଯାହା ରିଲିଫ୍‌ କୋଡ୍‌କୁ ସମ୍ପୂର୍ଣ୍ଣ ଭାବେ ଉଲ୍ଲଙ୍ଘନ କରୁଛି। ଏନେଇ ରବିବାର ଭାଜପା ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟ ସ୍ବତନ୍ତ୍ର ରିଲିଫ୍‌ କମିଶନରଙ୍କୁ ଭେଟି ଏକ ଦାବି ପତ୍ର ପ୍ରଦାନ କରିଛନ୍ତି।

Share