ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ଝଟକା: ସେବା ଯୋଗାଇବାକୁ ମନା କଲେ ନର୍ସିଂହୋମ

ଭୁବନେଶ୍ୱର,୧୬।୧୦(ବ୍ୟୁରୋ): ରାଜ୍ୟ ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ଜୋରଦାର ଝଟକା ଲାଗିଛି। ସ୍ବାସ୍ଥ୍ୟସେବା ଯୋଗାଉଥିବା ପାଖାପାଖି ୩୦୦ ନର୍ସିଂହୋମ ସେମାନଙ୍କ ସେବା ବନ୍ଦ କରିଦେଇଛନ୍ତି। ବକେୟା ଅର୍ଥ ପାଇଁ ସେବା ବନ୍ଦ କରାଯାଇଥିବା ବୁଧବାର ଅଲ୍‌ ଓଡ଼ିଶା ପ୍ରାଇଭେଟ ମେଡିକାଲ ଏଷ୍ଟାବ୍ଲିସ୍‌ମେଣ୍ଟ ଫୋରମ୍‌ ବୁଧବାର ଘୋଷଣା କରିଛନ୍ତି। ସରକାର ଠିକ୍‌ ସମୟରେ ବୀମା ଟଙ୍କା ଦେଉ ନ ଥିବା ବେଳେ ସୁରକ୍ଷା ଓ ପଞ୍ଜିକରଣ ନୀତି କୋହଳ କରିବାକୁ ଫୋରମ୍‌ ପକ୍ଷରୁ ଦାବି କରାଯାଇଛି।

ପ୍ରକାଶଯୋଗ୍ୟ, ଗତବର୍ଷ ଅଗଷ୍ଟ ମାସରୁ ରାଜ୍ୟ ସରକାର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଲାଗୁ କରିଛନ୍ତି। ଏହି ଯୋଜନାରେ ଚିକିତ୍ସା ବାବଦକୁ ପ୍ରତି ପରିବାରକୁ ୫ ଲକ୍ଷ ଏବଂ ମହିଳାମାନଙ୍କୁ ଅତିରିକ୍ତ ୨ ଲକ୍ଷ ଟଙ୍କାର ସହାୟତା ରାଶି ମିଳୁଛି।

Share