Advertisement

‘ବିଜୁ ସ୍ବାସ୍ଥ୍ୟ କଲ୍ୟାଣ’ ଯୋଜନା ଶ୍ରେଷ୍ଠ ଯୋଜନା; ‘ଆୟୁଷ୍ମାନ୍‌ ଭାରତ’ ଲାଗୁ ନେଇ ନିଷ୍ପତ୍ତି ନିଆଯାଇନାହିଁ: ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର,୬।୬(ବ୍ୟୁରୋ): ରାଜ୍ୟରେ କେନ୍ଦ୍ର ସରକାରଙ୍କ ‘ଆୟୁଷ୍ମାନ୍‌ ଭାରତ’ ଯୋଜନା କାର୍ଯ୍ୟକାରୀ କରିବା ନେଇ ପ୍ରାଥମିକ ପର୍ଯ୍ୟାୟ ଆଲୋଚନା ଶେଷ ହୋଇଛି। ମଙ୍ଗଳବାର ସଚିବାଳୟରେ ଏ ସଂକ୍ରାନ୍ତରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ତେବେ ଗୁରୁବାର ଏହି ଯୋଜନା ଲାଗୁ ନେଇ କେନ୍ଦ୍ରର ଅନୁରୋଧ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ। ସେ କହିଛନ୍ତି, ଓଡ଼ିଶା ସରକାର ଲାଗୁ କରିଥିବା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଶ୍ରେଷ୍ଠ ଯୋଜନା। ହେଲେ ରାଜ୍ୟରେ ‘ଆୟୁଷ୍ମାନ୍‌ ଯୋଜନା’ ଲାଗୁ ନେଇ କେନ୍ଦ୍ର ପ୍ରସ୍ତାବ ଦେଉ। ଆମେ ତର୍ଜମା କରି ସେ ଉପରେ ନିଷ୍ପତ୍ତି ନେବୁ। ଯଦି ଓଡ଼ିଶାବାସୀଙ୍କ ଲାଗି ତାହା ଭଲ ହୋଇଥିବ, ସେ ବିଷୟରେ ବିଚାର କରାଯିବ। ତେବେ ଏପର୍ଯ୍ୟନ୍ତ କିଛି ନିଷ୍ପତ୍ତି ନିଆଯାଇନାହିଁ ବୋଲି ମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ଏହି ଯୋଜନାକୁ ରାଜ୍ୟରେ ଲାଗୁ କରିବା ଲାଗି ଆଲୋଚନା ଜାରି ରହିଛି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଫୋନ ଯୋଗେ ଏ ନେଇ ଆଲୋଚନା କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share